ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ତାଳଚେର ବସଷ୍ଟାଣ୍ଡ ନିକଟରେ ମଙ୍ଗବାର ଅପରାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଘଟଣା ସ୍ଥଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣା ପଡ଼ିଛି । ଦୁର୍ଘଟଣା ରେ ମୃତ ଯୁବକଙ୍କ ଘର ପରଜଙ୍ଗ ଥାନା ବହାରିଆପୁର ହୋଇଥିବା ବେଳେ ପ୍ରକୃତ ପରିଚୟ ମିଳି ପାରିନାହିଁ । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ୍ ପହଞ୍ଚି ଘଟଣାର ଅନୁସନ୍ଧାନ କରିବା ସହିତ ଶବ ବ୍ୟବଚ୍ଛେଦ ପାଇଁ ସ୍ଥାନୀୟ ତାଳଚେର ମଣ୍ଡାପାଳ ସ୍ଥିତ ସରକାରୀ ଚିକିତ୍ସାଳୟକୁ ପଠାଇଛନ୍ତି । ସୂଚନା ମୁତାବକ ଯୁବକ ଜଣକ ଜଣେ ଛତୁ ବ୍ୟବସାୟୀ ବୋଲି ଜଣାପଡିଛି । ତାଳଚେର ବାଙ୍କଧରା ଠାରୁ ବଅଁରପାଳ ପର୍ଯ୍ୟନ୍ତ ଜାତୀୟ ରାଜପଥ ଏବେ କୋଇଲା ଟ୍ରକ ଚଳାଚଳ ଯୋଗୁଁ ମରଣଯନ୍ତା ପାଲଟିଛି । ପ୍ରଶାସନ, ପୁଲିସ୍ ଏବଂ ରାଜନେତା ନିରବ ଦ୍ରଷ୍ଟା ସାଜି ଥିବା ବେଳେ ସାଧାରଣ ଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି ଓ ଧନଜୀବନ ହାନୀ ଘଟୁଛି ।
ତାଳଚେର ବସଷ୍ଟାଣ୍ଡ ନିକଟରେ ସଡ଼କ ଦୁର୍ଘଟଣା !!!

