ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଦନ୍ତା ଆକ୍ରମଣରେ ଜଣେ ଫରେଷ୍ଟର ଗୁରୁତର । ତାଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଟାଙ୍ଗୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରା ଯାଇଥିଲା । କିନ୍ତୁ ସ୍ୱାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ଭୁବନେଶ୍ୱର ଏମସ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁଯାୟୀ, ସୌରି କୁମାର ପାତ୍ର (୩୬) ଖୋର୍ଦ୍ଧା ଡିଭିଜନ୍ ରଣପୁର ରେଂଜ୍ ଶଙ୍ଖଯୋଡି ସେକସନ୍ ରେ ଫରେଷ୍ଟ ଅଫିସର ଭାବେ ଦାୟିତ୍ୱ ନିର୍ବାହ କରୁଥିଲେ । ତେବେ ଗତ କାଲି ରାତିରେ ଟାଙ୍ଗୀ ରେଂଜ୍ ଉଦୁଗିରି ଜଙ୍ଗଲରୁ ଗୋଟିଏ ଗୋଠ ଛଡା ଦନ୍ତା ଉଦୁଗିରି ଜଙ୍ଗଲରୁ ବାହାରି ଟାଙ୍ଗୀ ନିକଟସ୍ଥ ରଣପୁର ରେଂଜ୍ ଉପେନ୍ଦ୍ର ପୁର ଗ୍ରାମ ନିକଟକୁ ପଳାଇ ଯାଇ ଜଣଙ୍କର ବାରି ପଟେ ପଶିଥିଲା । ଖବର ପାଇ ବନ କର୍ମଚାରୀ ମାନେ ଦନ୍ତାକୁ ଘଉଡାଇବା ବେଳେ ଦନ୍ତା ଅତର୍କିତ ଭାବେ ପ୍ରତି ଆକ୍ରମଣ କରିଥିଲା । ତେବେ ଫରେଷ୍ଟ ଅଫିସର ଜଣଙ୍କ ଏକୁଟିଆ ପଡି ଯିବାରୁ ତାଙ୍କୁ ଆକ୍ରମଣ କରିଥିଲା । ଦନ୍ତା ଟି ଫରେଷ୍ଟର ସୌରି ପାତ୍ରଙ୍କ ଛାତି ଉପରେ ଖୋଜ ପକାଇଥିବା ଜଣାପଡିଛି । ଖବର ପାଇ ଟାଙ୍ଗୀ ବନ୍ୟ ପ୍ରାଣୀ ରେଂଜ୍ ଅଫିସର ଚୁଡାରାଣୀ ମୁର୍ମୁ ସଦଳେ ବଳେ ଘଟଣା ସ୍ଥଳରେ ପହଂଚି ସୌରି ପାତ୍ରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କର ଛାତି ହାଡ ଭାଙ୍ଗି ଯାଇଥିବା ଅନୁମାନ କରାଯାଊଛି । ପରେ ତାଙ୍କର ଅଧିକ ଚିକିତ୍ସା ଲାଗି ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।
ଟାଙ୍ଗୀ ରେ ଦନ୍ତା ହାତୀ ଆକ୍ରମଣରେ ଫରେଷ୍ଟ ଅଫିସର ଗୁରୁତର !!!

