୪୨ ମୌଜା ବଳୀବାମନ ପୀଠରେ ସମ୍ବର୍ଦ୍ଧିତ ହେଲେ ବିଶିଷ୍ଟ ସମାଜସେବୀ ଅଭିରାମ ସାହୁ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦରର ଅଗ୍ରଣୀ ସାଂସ୍କୃତିକ ସଙ୍ଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ ବଳୀ ବାମନ ପୀଠ ଚାନ୍ଦୁଲି ଠାରେ ଅନୁଷ୍ଠିତ ହୋଇଥିବା ପ୍ରତିଭା ଅନ୍ୱେଷଣ ଓ ବଣଭୋଜି କାର୍ଯ୍ୟକ୍ରମରେ ବହୁ ପ୍ରତିଭାଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସଭାପତି ପ୍ରତିଭା ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ସାରସ୍ୱତ ସଭାରେ ବାମ୍ବୁରି ଗ୍ରାମର କରୋନା ଯୋଦ୍ଧା ତଥା ସ୍ୱାସ୍ଥ୍ୟ ସଂଗଠନ ” ହୁ ” ରୁ ସମ୍ବର୍ଦ୍ଧିତ ପ୍ରତିଭା ଅଭିରାମ ସାହୁ , ସମାଜସେବୀ ତଥା ମଞ୍ଚ ଅଭିନେତା ଦୈତାରୀ ପ୍ରଧାନ, ଶିଶୁ ଚିତ୍ରଶିଳ୍ପୀ ସୟଦ୍ ଅର୍ମନ, କନ୍ଦରପୁର ମହାବିଦ୍ୟାଳୟର ଅଧ୍ୟାପକ କବି ବାସୁଦେବ ସ୍ୱାଇଁ , ଶିଶୁ କ୍ରୀଡାବିତ୍ ଜ୍ଞାନରଞ୍ଜନ ଜେନା, ଶିଶୁ ନୃତ୍ୟଶିଳ୍ପୀ ସୃଷ୍ଟି ଦାସ ମହାପାତ୍ର, ଶିଶୁ ପ୍ରତିଭା ଲଳିତ ନାରାୟଣ ସ୍ଵାଇଁ, ଗୁରୁ ଅକ୍ଷୟ ଓଝା, ଗୁରୁମା ରଶ୍ମିତା ଅକ୍ଷୟ ଓଝାଙ୍କ ସହ ବହୁ ପ୍ରତିଭାଧାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ସମ୍ପାଦକ ଅଶୋକ ପଟ୍ଟନାୟକ, ଇଂ.ଅଶୋକ ବିଶ୍ଵାଳ, ସମାଜସେବୀ ନାରାୟଣ ଚନ୍ଦ୍ର ମହାନ୍ତି , ଇଂ.ବସନ୍ତ ରାଉତ, ଗୁରୁ ହରିହର ଦେଓ, ଶିକ୍ଷୟତ୍ରୀ ପାପୁ ଦାସ ପ୍ରମୁଖ ଉପସ୍ଥିତ ଥିବାବେଳେ କାର୍ଯ୍ୟକର୍ତ୍ତା ଉପଦେଷ୍ଟା ପ୍ରଲୋପ ମହାପାତ୍ର, ପବିତ୍ର ମୋହନ ଓଝା, ବାବୁଲି ପାତ୍ର, ବାବା ବାବୁ, ସନ୍ତ ବାବୁ, ରଶ୍ମିକାନ୍ତ ଶତପଥୀ, କୃଷକ ନେତା ଦୁର୍ଗା ପ୍ରସାଦ ପରିଡା ପ୍ରମୁଖ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *