ନାମାଙ୍କନ ପତ୍ର ଦାଖଲ କଲେ ଜାତୀୟ କଂଗ୍ରେସ ପ୍ରାର୍ଥୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନୟାଗଡ ଜିଲ୍ଲା କଂଗ୍ରେସ ଆରମ୍ଭ କରିଛି ବିଧିବଦ୍ଧ ପ୍ରସ୍ତୁତି . ଏହି ପରିପ୍ରେକ୍ଷୀରେ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଓଡଗାଁ ବ୍ଲକର ଜୋନ ନମ୍ବର ୨ ଜିଲ୍କା ପରିଷଦ ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ଭାବରେ ଶ୍ରୀମତୀ ସବିତା କର, ୪ ନମ୍ବର ଜୋନ ପାଇଁ ରୁନା ବିଶୋଇ, ଭାପୁର ବ୍ଲକର ୧୮ ନମ୍ବର ଜୋନ ପାଇଁ ଅରୁପମା ଧଳ, ୧୯ ନମ୍ବର ଜୋନ ପାଇଁ ନବୀନ ପ୍ରଧାନ, ୨୦ ନମ୍ବର ଜୋନ ପାଇଁ ଶ୍ରମିକ ନେତା ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ନୂଆଗାଁ ବ୍ଲକର ୧୬ ନମ୍ବର ଜୋନ ପାଇଁ କଳ୍ପନା ଚମ୍ପତି, ୧୭ ନମ୍ବର ଜୋନ ପାଇଁ ରଜନୀ ଦାସ, ଦଶପଲ୍ଲା ବ୍ଲକର ୯ ନମ୍ବର ଜୋନ ପାଇଁ ସୁବାସ ଚନ୍ଦ୍ର ମଳିକ, ୧୦ ନମ୍ବର ଜୋନ ପାଇଁ ବନୀତା ବେହେରା, ଖଣ୍ଡପଡା ବ୍ଲକର ୫ ନମ୍ବର ଜୋନ ପାଇଁ ଯୁବନେତା ପ୍ରକାଶ ଚନ୍ଦ୍ର ଖୁଣ୍ଟିଆ, ୬ ନମ୍ବର ଜୋନ ପାଇଁ ମାଳତୀ ବେହେରା ପ୍ରମୁଖ ସେମାନଙ୍କର ପ୍ରସ୍ତାବକ ସମର୍ଥକଙ୍କ ଗହଣରେ ନିଜ ନିଜର ନାମାଙ୍କନ ପତ୍ର ଉପ ଜିଲ୍ଲାପାଳଙ୍କ ପ୍ରକୋଷ୍ଠ ରେ ଦାଖଲ କରିଛନ୍ତି l ଜିଲ୍ଲାର ମୋଟ ୨୪ ଗୋଟି ଆସନ ପାଇଁ କଂଗ୍ରେସ ସବୁବର୍ଗର ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ ଦେଇ ଆଜି ସୁଦ୍ଧା ଦଳ ପକ୍ଷରୁ ୧୩ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରି ସାରିଛି l ଶାସକ ଦଳର ନୟାଗଡ ବିକାଶର ମିଛ ସ୍ଲୋଗାନକୁ ପ୍ରସଙ୍ଗ କରି ଦଳ ଭୋଟରଙ୍କ ପାଖକୁ ଯାଉଛି ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବୀ ରଣଜିତ ଦାଶ ପ୍ରକାଶ କରିଛନ୍ତି l

Leave a Reply

Your email address will not be published. Required fields are marked *