ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚୟତ ନିର୍ବାଚନ ପାଇଁ ଚତୁର୍ଥ ଦିନରେ ୨୦୧୩ ଜଣ ପ୍ରାର୍ଥିଙ୍କ ନାମାଙ୍କନ ପତ୍ର ଦାଖଲ ହୋଇଛି । ଜିଲ୍ଲାରେ ୧୪୬୪ ଜଣ ୱାର୍ଡ ସଭ୍ୟ, ୨୫୪ ଜଣ ସରପଞ୍ଚ, ୨୪୯ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୪୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେଥି ମଧ୍ୟରୁ ଅନୁଗୁଳ ବ୍ଲକରେ ୩୨୦ ଜଣ ୱାର୍ଡ ସଭ୍ୟ, ୩୫ ଜଣ ସରପଞ୍ଚ, ୩୬ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ବଅଁରପାଳ ବ୍ଲକରେ ୨୩୫ ଜଣ ୱାର୍ଡ ସଭ୍ୟ, ୪୪ ଜଣ ସରପଞ୍ଚ, ୩୪ ଜଣ ସମିତି ସଭ୍ୟ ଓ ୧୦ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଛେଣ୍ଡିପଦା ବ୍ଲକରେ ୨୧୯ ଜଣ ୱାର୍ଡ଼ ସଭ୍ୟ, ୨୬ ଜଣ ସରପଞ୍ଚ, ୩୩ ଜଣ ସମିତି ସଭ୍ୟ ଓ ୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ତାଳଚେର ବ୍ଲକରେ ୧୧୪ ଜଣ ୱାର୍ଡ ସଭ୍ୟ, ୨୩ ଜଣ ସରପଞ୍ଚ, ୩୨ ଜଣ ସମିତି ସଭ୍ୟ ଓ ୭ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କଣିହାଁ ବ୍ଲକରେ ୧୮୩ ଜଣ ୱାର୍ଡ ସଭ୍ୟ, ୩୬ ଜଣ ସରପଞ୍ଚ, ୩୩ ଜଣ ସମିତି ସଭ୍ୟ ଓ ୩ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଆଠମଲ୍ଲିକ ବ୍ଲକରେ ୧୩୯ ୱାର୍ଡ ସଭ୍ୟ, ୨୪ ସରପଞ୍ଚ, ୨୩ ଜଣ ସମିତି ସଭ୍ୟ ଓ ୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କିଶୋରନଗର ବ୍ଲକରେ ୯୮ ଜଣ ୱାର୍ଡ଼ ସଭ୍ୟ, ୨୫ ଜଣ ସରପଞ୍ଚ, ୨୪ ଜଣ ସମିତି ସଭ୍ୟ ଓ ୬ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେହିଭଳି ପାଲଲହଡ଼ା ବ୍ଲକରେ ୧୫୬ ଜଣ ୱାର୍ଡ ସଭ୍ୟ, ୪୧ ଜଣ ସରପଞ୍ଚ, ୩୪ ଜଣ ସମିତି ସଭ୍ୟ ଓ ୪ ଜଣ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି ।
ସରିଲା ନାମାଙ୍କନ ପତ୍ର ଦାଖଲ : ଅନୁଗୁଳ ଜିଲ୍ଲାରେ ଲଢେଇ ହେବ ତ୍ରିମୁଖୀ !!!

