ଜିଲ୍ଲା ପରିଷଦ ନିର୍ବାଚନ : ମୈଦାନରେ ବିଜେଡ଼ି ପ୍ରାର୍ଥୀ ପ୍ରଦୀପ୍ତ ମହାଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ଆସନ୍ତା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲ ଏବଂ ଯାଞ୍ଚ ପ୍ରକ୍ରିୟା ସମାପ୍ତ ହୋଇଛି . ଆସନ୍ତା ୨୫ ତାରିଖରେ ପ୍ରକାଶ ପାଇବ ଚୂଡାନ୍ତ ପ୍ରାର୍ଥୀ ତାଲିକା . କଟକ ସଦର ବ୍ଲକ ଅନ୍ତର୍ଗତ ୫ ନମ୍ଵର ଜୋନର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ବିଜୁ ଜନତା ଦଳ ତରଫରୁ ଯୁବ ସମାଜସେବୀ ପ୍ରଦୀପ୍ତ ମହାଳିଙ୍କୁ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା ମନୋନୀତ କରିବା ପରେ ସେ ତାଙ୍କ ସମର୍ଥକ ମାନଙ୍କ ଉପସ୍ଥିତିରେ ପାର୍ଥୀପତ୍ର ଦାଖଲ କରିଥିଲେ । ଜନସାଧାରଣଙ୍କ ଶ୍ରୀଯୁକ୍ତ ମହାଳିଙ୍କ ପ୍ରତି ଆସ୍ଥା, ସ୍ନେହ, ଶ୍ରଦ୍ଧା ଓ ଲୋକପ୍ରିୟତାକୁ ପାଥେୟ କରି ସେ ନିର୍ବାଚନ ରଣାଙ୍ଗଣରେ ଅବତୀର୍ଣ୍ଣ ହୋଇଛନ୍ତି ଏବଂ ଅଞ୍ଚଳର ବିକାଶ, ଜନତାଙ୍କ ସେବାରେ ନିଜକୁ ନିୟୋଜିତ କରିବାକୁ ଦୃଢ଼ ସଂକଳ୍ପ ରଖିଥିବା କଥା ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *