ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚିଲିକା ଅଞ୍ଚଳ ର ଅଗ୍ରଣୀ ସ୍ଵେଛାସେଵୀ ଅନୁଷ୍ଠାନ ଗଣନାଥ ଗୋଷ୍ଠୀ ତରଫରୁ ଆଜି ମହାମହିମ ଉଚ୍ଚତମ ନ୍ୟାୟାଳୟ ଙ୍କ ଦିବସ ଅବସରରେ ଏକ ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ କରା ଯାଇଥିଲା । ଗୋଷ୍ଠୀ ର ସଭାପତି ପ୍ରଦ୍ୟୁମ୍ନ ରଞ୍ଜନ ସୁଆର ଙ୍କ ତତ୍ତ୍ୱାବଧାନ ରେ ଏବଂ ସଂଗଠନର ସେବାକାର୍ଯ୍ୟ ରେ ଅନୁପ୍ରାଣୀତ ହୋଇଥିବା ସମାଜ ପ୍ରେମୀ ଯୁବକ ମଣ୍ଟୁ ଦାସ ଙ୍କ ସହଯୋଗ କ୍ରମେ ଏହା ସମ୍ପନ୍ନ ହୋଇଥିଲା । ନାଚୁଣୀ, ହରିପୁର, ଜୀବନଦେଇପୁର , ବାଲୁଗାଁ ଚିଲିକା କୂଳ ଆଦି ଅଞ୍ଚଳର ରାସ୍ତାକଡ ମାନଙ୍କରେ ବୁଲୁଥିବା ଅସହାୟ, ମାନସିକ ବିକାରଗ୍ରସ୍ତ, ଦିବ୍ୟାଙ୍ଗ, ବୁଲା ଜୀବ ଜନ୍ତୁ , ପକ୍ଷୀ ଆଦିଙ୍କୁ ଖାଦ୍ୟ ଖାଇବାକୁ ଦିଆଥିଲା । ଏହି କାର୍ଯ୍ୟକ୍ରମ କୁ ଗୋଷ୍ଠୀ ର ସଦସ୍ୟ ଆଶାତୀତ ସାହୁ , ଶୁଭମ ତ୍ରିପାଠୀ, ବାଦଲ ସୁବୁଦ୍ଧି , ପ୍ରଭୁ ସ୍ୱାଇଁ ଆଦି ପରିଚାଳନା କରିଥିଲେ ।