ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର 74ଜଣ ଶିକ୍ଷକଙ୍କୁ ପଦୋନ୍ନତି ମିଳିଛି । ରାଜ୍ୟ ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକଙ୍କ ଅନୁମୋଦନ କ୍ରମେ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଜିଲ୍ଲା ର 74 ଜଣ ଶିକ୍ଷକଙ୍କୁ ଲେବଲ 3ରେ ପ୍ରଧାନଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରିଛନ୍ତି । ଜିଲ୍ଲାର ବରିଷ୍ଠ ଶିକ୍ଷକଙ୍କ ମଧ୍ୟରୁ କାଶୀନଗର ବ୍ଲକରୁ 13 ଜଣ, ଗୁମ୍ମା ବ୍ଳକରୁ 12 ଜଣ, ଗୋଶାଣୀ ବ୍ଳକରୁ 22 ଜଣ ଓ ମୋହନା ବ୍ଳକରୁ 7 ଜଣ, ନୂଆଗଡ ବ୍ଳକରୁ 5 ଜଣ, ରାୟଗଡ ବ୍ଳକରୁ 10ଜଣ, ଆର.ଉଦୟଗିରି ବ୍ଲକରୁ 5 ଜଣ ପ୍ରଧାନଶିକ୍ଷକ ରୂପେ ପଦୋନ୍ନତି ପ୍ରଦାନ କରାଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଜିଲ୍ଲାର ବିଭିନ୍ନ ବ୍ଳକ ଶିକ୍ଷା ଅଧିକାରୀଙ୍କ ମାଧ୍ୟମରେ ପଦୋନ୍ନତି ଆଦେଶ ପ୍ରଦାନ କରାଯାଇଥିଲା । ଅନୁରୁପ ଭାବେ କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟରେ ଶିକ୍ଷା ଅଧିକାରୀ ଡ଼.ବୃଷକେତୁ ଦାସ ବ୍ଳକର 13 ଜଣ ଶିକ୍ଷକଙ୍କୁ ପଦୋନ୍ନତି ପତ୍ର ପ୍ରଦାନ କରିଥିଲେ । କାଶୀନଗର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟ।ଳୟ ସମ୍ମିଳନୀ କକ୍ଷରେ ପଦୋନ୍ନତି ପତ୍ର ପ୍ରଦାନ ଉତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଟି କିଶୋର କୁମାର, ସି.ଆର.ସି.ସି ଗୋପାଳ ରାଓ, ବସନ୍ତ ମିଶ୍ର, ମୋହନ ରାଓ, ଉମା କାନ୍ତ ହୋତା, ଶ୍ରୀନିବାସ ରାଓ, ପଣ୍ଡିତ ସି ଏଚ, ଭେଙ୍କେଟ ରାଓ ପ୍ରମୁଖ ପ୍ରଧାନଶିକ୍ଷକଙ୍କୁ ଉଦବୋଧନ ଦେଇଥିଲେ । ହେମା କୁମାର ଭାସ୍କର ପାତ୍ର ଉତ୍ସବ ପରିଚାଳନା କରିଥିଲେ ।