ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହେନ୍ଦ୍ର ତନୟା ସାହିତ୍ୟ ସଂସଦ ପକ୍ଷରୁ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅତିବଡୀ ଜଗନ୍ନାଥ ଦାସଙ୍କ ଜୟନ୍ତୀ ଉତ୍ସବ ଆସନ୍ତା ସେପ୍ଟେମ୍ବର ୧୯ ତାରିଖ,ରାଧାଷ୍ଟମୀ ତିଥିରେ ମହାସମାରୋହରେ ପାଳନ କରାଯିବା ପାଇଁ ସ୍ଥିର କରାଯାଇଥିଲା। ଏହି ଉତ୍ସବକୁ ସୂଚାରୁରୂପେ ଆୟୋଜନ କରିବା ନିମନ୍ତେ ସଂସଦ ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ଜୟନ୍ତୀ ଉତ୍ସବର ରୂପରେଖ, ଅତିଥି ଚୟନ, ସାହିତ୍ୟିକ କାର୍ଯ୍ୟକ୍ରମ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ବ୍ୟବସ୍ଥା ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇଥିଲା। ଓଡ଼ିଆ ସାହିତ୍ୟ ଓ ଭକ୍ତି ସାହିତ୍ୟରେ ଅତିବଡ଼ୀ ଜଗନ୍ନାଥ ଦାସଙ୍କ ଅତୁଳନୀୟ ଅବଦାନକୁ ସ୍ମରଣ କରି ଏହି ଜୟନ୍ତୀ ଉତ୍ସବକୁ ଗରିମାମୟ ଭାବେ ପାଳନ କରିବାକୁ ସଦସ୍ୟମାନେ ମତ ପ୍ରକାଶ କରିଥିଲେ।ଏହି ଅବସରରେ ସମ୍ପ୍ରତି ପରଲୋକ ଗମନ କରିଥିବା ଓଡ଼ିଶାର ପ୍ରଖ୍ୟାତ ତଥା ମହାନ କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକଙ୍କ ସ୍ମୃତି ଚାରଣ କରାଯିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ତାଙ୍କର ମଧୁର କଣ୍ଠ ଓ ସଙ୍ଗୀତଜଗତ ପ୍ରତି ଅବଦାନ ଓଡ଼ିଶାବାସୀଙ୍କ ହୃଦୟରେ ସଦା ସ୍ମରଣୀୟ ହୋଇ ରହିବ ବୋଲି ଉପସ୍ଥିତ ସଦସ୍ୟମାନେ ମତବ୍ୟକ୍ତ କରିଥିଲେ।ଶେଷରେ ଦିବଙ୍ଗତ କଣ୍ଠଶିଳ୍ପୀଙ୍କ ଅମର ଆତ୍ମାର ସଦଗତି କାମନା କରାଯାଇଥିବା ସହ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅଖିଳ ଭାରତୀୟ ସାହିତ୍ୟ ପରିଷଦର ଗଜପତି ଜିଲ୍ଲା ଆବାହକ ଡ଼ଃ କଲ୍ୟାଣୀ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ହୋଇଥିବା ବେଳେ ମହେନ୍ଦ୍ର ତନୟା ସାହିତ୍ୟ ସଂସଦର ସଭାପତି ଶ୍ରୀମତୀ ଆଶାଲତା ପାଣିଗ୍ରାହୀ, ସମ୍ପାଦକ ଶ୍ରୀ ସରୋଜ କୁମାର ପଣ୍ଡା, ରାଜ୍ୟ ସଂପାଦକ ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀ ଗୌରହରି କରସୁଧା ପଟ୍ଟନାୟକ, ଶ୍ରୀ ମନୋଜ କୁମାର ପଣ୍ଡା, ଶ୍ରୀ ତ୍ରିପତି ପ୍ରସାଦ ପଣ୍ଡା, ଡ଼ଃ ମୀନା କୁମାରୀ ଟହଲ, ଡ.ଚାରୁପ୍ରଭା ନାୟକ, ଶ୍ରୀମତୀ ସୁଜାତା ନନ୍ଦ, ଶ୍ରୀମତୀ ବବିତା ପୁରୋହିତ, ଶ୍ରୀମତୀ ସଙ୍ଗୀତା ପାତ୍ର, ଶ୍ରୀମତୀ ଅନୁଶ୍ରୀ ପଟ୍ଟନାୟକ, ଶ୍ରୀମତୀ ସ୍ନିଗ୍ଧା ମିଶ୍ର ଓ ସୁଶ୍ରୀ ଅଞ୍ଜନା ପଟ୍ଟନାୟକ ପ୍ରମୁଖ ଯୋଗଦେଇ ନିଜ ନିଜର ବକ୍ତବ୍ୟ ସହ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଅତିବଡ଼ୀ ଜଗନ୍ନାଥ ଦାସ ଜୟନ୍ତୀ ପାଳନ ପାଇଁ ପ୍ରସ୍ତୁତି ବୈଠକ ଓ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି !!!

