ବାଣପୁର ମେଘାମ୍ବରୀ ମନ୍ଦିର ନିକଟରେ ଯୁବକଙ୍କୁ ମାରଣାସ୍ତ୍ରରେ ଆକ୍ରମଣ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଯୁବକଙ୍କୁ ମାରଣାସ୍ତ୍ରରେ ସଂଘବଦ୍ଧ ଭାବେ ଆକ୍ରମଣ କରିବା ଦ୍ୱାରା ଯୁବକ ଜଣକ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ଏପରି ଏକ ଅଭିଯୋଗ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନାରେ ହୋଇଛି । ଅଭିଯୋଗ କରିଛନ୍ତି ସାନ ସିରେଇପୁର ଗ୍ରାମର ଅଭିମନ୍ୟୁ ଜେନା । ଅଭିମନ୍ୟୁଙ୍କ ଅଭିଯୋଗ ମୁତାବକ ତାଙ୍କ ପୁତ୍ର ତପନ ଜେନା (୩୫) ପ୍ରତିଦିନ ପରି କାଲି ମଧ୍ୟ ମା’ ମେଘାମ୍ବରୀ ମନ୍ଦିର ନିକଟରେ ଥିବା ଏକ ଗ୍ୟାରେଜକୁ କାମ କରିବାକୁ ଯାଇଥିଲେ । ହେଲେ କାମ କରିବା ସମୟରେ ସିଲୁ ପ୍ରଧାନ ନାମକ ଯୁବକ ଏବଂ ଅନ୍ୟମାନେ ତପନଙ୍କୁ ମାରଣାସ୍ତ୍ର ସହ ବନ୍ଧୁକ ଦେଖାଇ ଭୟଭୀତ କରିବା ସହ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ପରବର୍ତ୍ତୀ ସମୟରେ ତପନଙ୍କ ମୁଣଡକୁ ପଛ ପଟୁ ସିଲୁ ଏକ ହାତୁଡି ଦ୍ୱାରା ଶକ୍ତ ପ୍ରହାର କରିଥିଲେ । ସଙ୍ଗେସଙ୍ଗେ ତପନ ସଂଜ୍ଞାହୀନ ହୋଇ ତଳେ ପଡି ଯାଇଥିଲେ । ଗ୍ୟାରେଜ କର୍ମଚାରୀ ମାନେ ତପନଙ୍କ ପରିବାର ବର୍ଗକୁ ସୂଚନା ଦେବା ସହ ତାଙ୍କୁ ଗୁରୁତର ଭାବେ ଉଦ୍ଧାର କରି ବାଣପୁର ମେଡିକାଲକୁ ନେଇଥିବା ବେଳେ ତାଙ୍କ ଅବସ୍ଥା ଅତ୍ୟନ୍ତ ଖରାପ ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ସ୍ଥାନାନ୍ତରିତ କରି ଦେଇଥିଲେ । କିନ୍ତୁ ବ୍ରହ୍ମପୁରରେ ଚିକିତ୍ସା ସମ୍ଭବ ହୋଇ ନପାରିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରି ଦେଇଛନ୍ତି । ବର୍ତ୍ତମାନ ତପନ ଜୀବନ ମରଣ ସହ ସଂଗ୍ରାମ କରୁଥିବା ବେଳେ ବାଣପୁର ପୋଲିସ କେଶ ନମ୍ବର ୬୨ / ୨୨ ରେ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ମୁଖ୍ୟ ଅଭିଯୁକ୍ତ ସିଲୁ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ପୋଲିସ ଚାରି ଜଣଙ୍କୁ ଅଟକ ରଖି ପଚରା ଉଚୁରା ଜାରି ରଖିଛି ।

Leave a Reply

Your email address will not be published. Required fields are marked *