ବିଜେଡି ପାଇଁ ପ୍ରଚାରରେ ମାତିଛନ୍ତି ଅଙ୍ଗନବାଡି କର୍ମୀ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନିର୍ବାଚନ ଆଚରଣ ବିଧି କିମ୍ବା ଗାଇଡ଼ ଲାଇନ ମାନୁ ନାହାନ୍ତି ଶାସକ ଦଳ ସମର୍ଥିତ ପ୍ରାର୍ଥୀ . କ୍ଷମତାର ଅପବ୍ୟବହାର କରି ଅଙ୍ଗନବାଡି କର୍ମୀ ଏବଂ ଏମବିକେ ଓ ସିଆରପି ମାନଙ୍କୁ ଦଳୀୟ ପ୍ରଚାର କାମରେ ଲଗାଉଛନ୍ତି . ଏପରି ଅଭିଯୋଗ ଆସିଛି ନୟାଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ଓଡଗାଁ ବ୍ଲକ ୧ ନମ୍ବର ଜିଲ୍ଲା ପରିଷଦ ଜୋନ ରୁ . ଅଭିଯୋଗ ତ ନୂହେଁ ବରଂ ପ୍ରଚାର ସମୟର ଫଟୋ ପ୍ରମାଣ ସହିତ ନିର୍ବାଚନ କମିଶନର ଙ୍କୁ ଅଭିଯୋଗ କରିଛନ୍ତି ନୟାଗଡ ଜିଲ୍ଲା କଂଗ୍ରେସ ସଭାପତି ରଣଜିତ ଦାଶ ।

ସୂଚନା ଅନୁସାରେ ଓଡଗାଁ ୧ ନମ୍ବର ଜୋନ ଜିଲ୍ଲା ପରିଷଦ ବିଜେଡି ପ୍ରାର୍ଥୀଙ୍କ ସହ ପାଣ୍ଡେରିପଡା ପଞ୍ଚାୟତ ଅନ୍ତର୍ଗତ ପାଣ୍ଡେରିପଡା ଗାଁର ଅଙ୍ଗନବାଡି କର୍ମୀ ଶ୍ରୀମତୀ ଗୋମତି ସାହୁ ଓ ଏସଏଚଜି ଗ୍ରୁପ ସିଆରପି ଝୁନୀ ପ୍ରଧାନ ବିଜେଡି ପ୍ରଚାର ଓ ପ୍ରସାର ଅଭିଯାନ ରେ ପ୍ରତ୍ୟକ୍ଷ ଭାବେ ସାମିଲ ହୋଇ ନିର୍ବାଚନ ପ୍ରଚାର କରି ଭୋଟରଙ୍କୁ ପ୍ରଭାବିତ କରୁଥିବାର ଦେଖାଯାଇଛି . ଆଦର୍ଶ ଆଚରଣ ଵିଧି ଉଲଂଘନ କରିଥିବା ସହ ଭୋଟରଙ୍କୁ ପ୍ରଭାବିତ କରୁଥିବାର ଫଟୋଚିତ୍ର ପ୍ରମାଣ ସହ ପ୍ରଦାନ କରି ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରିଛନ୍ତି ନୟାଗଡ କଂଗ୍ରେସ ଜିଲ୍ଲା ସଭାପତି ରଣଜିତ ଦାଶ ।

 

Leave a Reply

Your email address will not be published. Required fields are marked *