ରାଲିରେ ଗଲେ , ମଦ ପିଇଲେ : ନିଜ ଘରେ ନିଆଁ ଲଗାଇଦେଲେ !!!

Spread the love

ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ନିର୍ବାଚନ କୁ ନେଇ ବିଭିନ୍ନ ଅପରାଧିକ ଘଟଣା ଘଟୁଥିବା ବେଳେ ବାଙ୍କୀ ନିର୍ବାଚନ ମଣ୍ଡଳୀ କାଳିପୋଇ ପଞ୍ଚାୟତରୁ ସାମନାକୁ ଆସିଛି ଏପରି ଏକ ଅଭାବନୀୟ ଘଟଣା . ଗତକାଲି ପଞ୍ଚାୟତରେ ହୋଇଥିବା ନିର୍ବାଚନ ରାଲିରେ ଜଣେ ବ୍ୟକ୍ତି ଯୋଗଦେଇ ଅତ୍ୟଧିକ ମଦ୍ୟପାନ କରି ନିଜେ ନିଜ ଘରେ ନିଆଁ ଲଗାଇ ଦେଇଥିବା ଘଟଣା ଘଟିଯାଇଛି . ଗ୍ରାମର ସେହି ବ୍ୟକ୍ତି ଜଣକ ଗୋଟିଏ ରାଜନୈତିକ ଦଳକୁ ଦୀର୍ଘ ବର୍ଷ ଧରି ସମର୍ଥନ କରି ଆସୁଥିବା ସମୟରେ , ଅନ୍ୟ ଦଳର ଲୋକେ ତାଙ୍କ ପରିବାରରେ ଅଶାନ୍ତି ସୃଷ୍ଟି କରିବା ପାଇଁ ଉଦ୍ଦେଶ୍ୟମୂଳକ ଭାବରେ ଏପରି କରିଥିବାର ଆଲୋଚନା ହେଉଛି .

Leave a Reply

Your email address will not be published. Required fields are marked *