ସାଧାରଣ ଜନତାଙ୍କ ଉପରେ ବିଜେଡି ନେତାଙ୍କ ଗୁଣ୍ଡାଗିରି !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଣପୁର ବ୍ଲକ୍ କୁମାରଙ୍ଗ ପଞ୍ଚାୟତ କୁମାରଙ୍ଗ ଗ୍ରାମରେ ବିଜେଡି କର୍ମୀ ଏବଂ ଗ୍ରାମବାସୀ ମଧ୍ୟରେ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । କିଛି ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ବିଳମ୍ବିତ ରାତିରେ ବିଜେଡିର ପୂର୍ବତନ ସରପଞ୍ଚ ମନୋଜ ପ୍ରଧାନଙ୍କ ମଝିଆ ଭାଇ ସଞ୍ଜୟ ପ୍ରଧାନ ନିକଟସ୍ଥ ଏକଡାଳିଆ ଗ୍ରାମରୁ ପଚାଶ ଯୁବକଙ୍କ ସହିତ ଆସି କୁମାରଙ୍ଗ ଗ୍ରାମରେ ଟଙ୍କା ପଇସା ବାଣ୍ଟିବା ଆରମ୍ଭ କରିଥିଲେ । ଗ୍ରାମବାସୀ ମାନେ ଟଙ୍କା ବଣ୍ଟାକୁ କେନ୍ଦ୍ର କରି ବିଜେଡି କର୍ମୀ ମାନଙ୍କୁ ବିରୋଧ କରିଥିଲେ । ବିରୋଧ ଆରମ୍ଭ ହେଉ ହେଉ ବିଜେଡି କର୍ମୀଙ୍କର ଆରମ୍ଭ ହୋଇ ଯାଇଥିଲା ମାରପିଟ୍ । ଘଟଣାରେ ଆହତ ହୋଇଥିବା ସାଗର ସେଠୀ ଏବଂ ଦୁଖିଶ୍ୟାମ ବିଶ୍ଵାଳ ବାଣପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ବର୍ତ୍ତମାନ ଏଭଳି ନିର୍ବାଚନୀ ହିଂସାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଆସନ୍ତା କାଲି ବାଣପୁର ବ୍ଲକର ୧୭ଟି ପଞ୍ଚାୟତରେ ନିର୍ବାଚନ ହେବାକୁ ଥିବାବେଳେ ଆସନ୍ତା ୨୦ ତାରିଖରେ ଚିଲିକା ବ୍ଲକର ୧୭ଟି ପଞ୍ଚାୟତରେ ନିର୍ବାଚନ ହେବ । ଏହା ପୂର୍ବରୁ ପୋଲିସ୍ ପ୍ରଶାସନ ଯଦି ସଜାଗ ନ ହୁଅନ୍ତି ତେବେ ପରିସ୍ଥିତି ବହୁତ ଭୟଙ୍କର ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *