ନିର୍ବାଚନ ପରିପ୍ରେକ୍ଷୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣା ବିରୋଧରେ ପ୍ରତିବାଦ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ . ଏ ମଧ୍ୟରେ ପ୍ରଥମ ତିନି ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ସମୟରେ ଆଉ ଦୁଇଟି ପର୍ଯ୍ୟାୟ ନିର୍ବାଚନ ବାକି ଅଛି . ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣମାଧ୍ୟମ ଉପରେ ଆକ୍ରମଣ ର ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଛି . ସରକାର ଏବଂ ପ୍ରଶାସନ ଅବାଧ ଭୟମୁକ୍ତ ବାତାବରଣରେ ନିର୍ବାଚନ ପରିଚାଳନାକୁ ଗୁରୁତ୍ୱ ଦେଉଥିବା ସମୟରେ , କାର୍ଯ୍ୟରତ ସାମ୍ବାଦିକଙ୍କ ଉପରେ ବଢି ଚାଲିଥିବା ଆକ୍ରମଣ ଚିନ୍ତାଜନକ ଅଟେ . ବିଭିନ୍ନ ସ୍ଥାନରେ ସାମ୍ବାଦିକଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ ସହ କଠୋର ଦଣ୍ଡ ବିଧାନ ଦାବୀ କରି ଅଗ୍ରଣୀ ସାମାଜିକ ସଂଗଠନ ଜନ ମଙ୍ଗଳ ପରିଷଦ ପକ୍ଷରୁ ପ୍ରତିବାଦ ଡାକରା ଦିଆଯାଇଛି . ରାଜଧାନୀର ଗାନ୍ଧୀମାର୍ଗ ସ୍ଥିତ ଲୋୟର ପିଏମଜି ରେ ଅନୁଷ୍ଠାନ ପକ୍ଷରୁ ପ୍ରତୀକ ଧାରଣା ଦିଆଯିବ ବୋଲି କର୍ମକର୍ତ୍ତା ସୂଚନା ଦେଇଛନ୍ତି .

Leave a Reply

Your email address will not be published. Required fields are marked *