ସବୁଜ ନୟାଗଡ କାର୍ଯ୍ୟକ୍ରମ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବଂଶିଧର ଇଣ୍ଟରନାସଲାଲ ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାର ଆଠ ଗୋଟି ବ୍ଲକରେ ଅମୃତଭଣ୍ଡା ଓ ସଜନା ଗଛ ଚାରା ବଣ୍ଟନ କରାଯାଇଛି . ଅକ୍ଟୋବର ଦୁଇ ତାରିଖରୁ ଆରମ୍ଭ ହୋଇଥିବା ସବୁଜ ନୟାଗଡ଼ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ଆଗାମୀ ପାଞ୍ଚ ବର୍ଷ ପାଇଁ ଚାରା ବାଣ୍ଟିବା ଲକ୍ଷ ରଖାଯାଇଥିବା ବେଳେ ଚଳିତ ବର୍ଷ ନଅ ହଜାର ଚାରା ବଣ୍ଟନ କରାଯିବ ବୋଲି ଅନୁଷ୍ଠାନର ଅଧ୍ୟକ୍ଷ ମନୋଜ କୁମାର ସାହୁ ପ୍ରକାଶ କରିଛନ୍ତି। ଅମୃତଭଣ୍ଡା ଓ ସଜନା ଗଛ ଘର ପାଖରେ ଲଗାଇବା ଦ୍ବାରା ଲୋକମାନେ ଆତ୍ମ ସ୍ୱାବଲମ୍ବି ହୋଇପାରିବା ସହିତ କିଛି ଅର୍ଥ ରୋଜଗାର କରି ନିଜ ପରିବାର ର ଆର୍ଥିକ ସହାୟତା ମଧ୍ୟ କରିପାରିବେ। ଏହି ଅବସରରେ ଅନୁଷ୍ଠାନର ସ୍ବେଚ୍ଛାସେବୀ ଲକ୍ଷ୍ମୀ ପ୍ରସାଦ ପଞ୍ଚାୟତରେ ଘରକୁ ଘର ବୁଲି ଚାରା ବାଣ୍ଟିବା ସହିତ ନୟାଗଡ଼ ଜିଲ୍ଲାକୁ ସବୁଜ ସୁନ୍ଦର କରି ଗଢିତୋଳିବାକୁ ସଚେତନତା କରାଇଥିଲେ ।

Leave a Reply

Your email address will not be published. Required fields are marked *