ଯୁବ ସଙ୍ଗଠକ ଅଧ୍ୟାପକ ଚିନ୍ମୟ ଦାଶଙ୍କୁ ସମ୍ବର୍ଦ୍ଧିତ କଲା ଆଗରପଡା ମହୋତ୍ସବ କମିଟି !!!

0
171

ଭଦ୍ରକ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଭଦ୍ରକ ଜିଲ୍ଲାର ଆଗରପଡା ଠାରେ ଦଶ ଦିନ ବ୍ୟାପୀ ଆୟୋଜିତ ହୋଇଥିବା ଅଷ୍ଟମ ବାର୍ଷିକ ଉତ୍କଳକେଶରୀ ଆଗରପଡା ମହୋତ୍ସବର – ୨୦୨୨ ର ଦ୍ଵିତୀୟ ଦିବସରେ ଖ୍ୟାତି ସମ୍ପନ୍ନ ଯୁବ ସଙ୍ଗଠକ ଅଧ୍ୟାପକ ଚିନ୍ମୟ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀଯୁକ୍ତ ଦାଶ ଯାଜପୁର ଜିଲ୍ଲାର ବାବଲପୁରଠାରେ ଜନ୍ମଗ୍ରହଣ କରି ଜଣେ ଆଦର୍ଶ ଅଧ୍ୟାପକ, ସଫଳ ସମାଜସେବୀ, ସୁବକ୍ତା, ସାହିତ୍ୟ ଓ ସଂସ୍କୃତି ସଙ୍ଗଠକ ଭାବରେ ନିଜର ପ୍ରତିଭାକୁ ବିଭିନ୍ନ ପ୍ରାନ୍ତରରେ ପହଁଚାଇ ପାରିଛନ୍ତି । ଆର୍ଯ୍ୟାବର୍ତ୍ତନ ସଭ୍ୟତା ଓ ସଂସ୍କୃତିକୁ ତାଙ୍କର ମାନସ ସନ୍ତାନ ଚିନ୍ମୟ ଫାଉଣ୍ଡେସନ ମାଧ୍ୟମରେ ବିଭିନ୍ନ ଦେଶରେ ପହଁଚାଇବାରେ ତାଙ୍କର ଅବଦାନ ଅତୁଳନୀୟ । ତାଙ୍କର ସାମଗ୍ରୀକ ପ୍ରତିଭାକୁ ସ୍ୱୀକୃତି ଜଣାଇ ଉତ୍କଳ କେଶରୀ ଆଗରପଡା ମହୋତ୍ସବର ଦ୍ଵିତୀୟ ଦିବସରେ ତାଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ କରି ମହୋତ୍ସବ କମିଟିର ସମ୍ପାଦକ ହେମନ୍ତ ସିଂ, ସଭାପତି ମନୋଜ ରାୟଙ୍କ ସମେତ ଉପସ୍ଥିତ ଅତିଥି ମାନଙ୍କ ଦ୍ୱାରା ତାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here