ଶ୍ରୀ ଜଗନ୍ନାଥ ନିକେତନ ଠାରେ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ପାଳିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ ଜଗନ୍ନାଥ ନିକେତନ (ଅନାଥ ଆଶ୍ରମ), ରାଜ ସୀତାପୁର, ଗୋସାଣି ବ୍ଲକ ଠାରେ ଆଶ୍ରମର ମୁଖ୍ୟ ଅନାଦି ପାଣିଗ୍ରାହୀ ଓ ମହନ୍ତ ରମାନନ୍ଦ ଦାସ ଜୀ ଙ୍କ ଅନୁମତି କ୍ରମେ ବିଶ୍ଵର ପଞ୍ଚମ ଜଗତଗୁରୁ ଶ୍ରୀକୃପାଳୁ ଜୀ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ଉତ୍ସବ ଅଭିଯାନ ବାଳ ମୁକୁନ୍ଦ କେନ୍ଦ୍ର ତରଫରୁ ପାଳିତ ହୋଇଯାଇଛି l ପ୍ରଥମ ପର୍ଯ୍ୟାୟରେ ଚିନ୍ମୟ ମିଶନର ସନ୍ୟାସୀ ସ୍ୱାମୀ ନିଗମାନନ୍ଦ ଜୀଙ୍କ ଅଧକ୍ଷତାରେ ବାଳ ବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଦ୍ଵିତୀୟ ପର୍ଯ୍ୟାୟରେ ବାଳ ମୁକୁନ୍ଦ କେନ୍ଦ୍ରର ସଂଯୋଜକ ନିତ୍ୟାନନ୍ଦ ଚୌଧୁରୀ ଶ୍ରୀକୃପାଳୁ ମହାରାଜଙ୍କ ଜନ୍ମ ଶତବାର୍ଷିକୀ ବିଷୟରେ ଅବଗତ କରାଇ ନାମ ସଂକୀର୍ତ୍ତନ କରାଇଥିଲେ l ଆଶ୍ରମର ଅନ୍ତେବାସୀ ପିଲାମାନେ ଉତ୍ସହ ସହିତ ନାମ ସଂକୀର୍ତ୍ତନ କରି ଆଶ୍ରମ ପରିକ୍ରମା କରିଥିଲେ l ଏଥିରେ ବାଳକୃଷ୍ଣ ଜେନା ଓ ଗଣେଶ ଯାନୀ ସହଯୋଗ କରିଥିଲେ l

Leave a Reply

Your email address will not be published. Required fields are marked *