ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଡକ୍ଟରେଟ ଉପାଧିରେ ସମ୍ମାନୀତ କରାଯାଇଛି । ଚେନ୍ନାଇର ଚେନ୍ନାଇ ଗେଟ୍ ୱେ ହୋଟେଲ ରେ ଶୁକ୍ରବାର ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କୁ ଏହି ଉପାଧି ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ଅନୁଗୁଳ ଜିଲ୍ଲା ଖଲାରୀ ଗ୍ରାମର ଦୁଷ୍ମନ୍ତ ବେହେରାଙ୍କୁ ମଧ୍ୟ ଡକ୍ଟରେଟ ଉପାଧି ମିଳିଛି । ଅନ୍ତର୍ଜାତୀୟ ମାନବାଧିକାର କାଉନସିଲର ଓଡ଼ିଶା ଶାଖାର ଯୁବ ସଭାପତି ଦୁଷ୍ମନ୍ତ ବେହେରାଙ୍କୁ ଏ ଅବସରରେ ଫ୍ୟୁଚର କାଲାମସ୍ ଅଫ୍ ଇଣ୍ଡିଆ ୨୦୨୨ ପୁରସ୍କାରରେ ମଧ୍ୟ ସମ୍ମାନୀତ କରାଯାଇଛି । ସିଭିଲ ଇଞ୍ଜିନିୟରିଂ ର ଜ୍ଞାନ କୌଶଳକୁ ଉପଯୋଗ କରି ବର୍ଷା ପାଣି ସଂରକ୍ଷଣ କରି ଦୁଷ୍ମନ୍ତ ୩୦୦ ହେକ୍ଟର ରୁ ଊର୍ଦ୍ଧ୍ୱ ଜମିକୁ ଜଳସେଚନ କରିଛନ୍ତି । ଫଳରେ କେବିକେ ଅଞ୍ଚଳର ୧୦ ହଜାରରୁ ଅଧିକ ଲୋକ ଉପକୃତ ହେବେ । ଏହି ସମାଜସେବା ପାଇଁ ତାଙ୍କୁ ଡକ୍ଟରେଟ ଉପାଧିରେ ଭୂଷିତ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ତାମିଲ ୟୁନିଭର୍ସିଟିର ଚାନ୍ସେଲର ଡଃ ଏମ୍ ପାଣ୍ଡିଆ ରାଜନ, ମଦୁରାଇ କାମରାଜୁ ୟୁନିଭର୍ସିଟିର ଅଧ୍ୟକ୍ଷ ଡଃ ଆର ସୋଲାଇମଲାଇ, ଚେନ୍ନାଇର ଜିଲ୍ଲା ଜଜ୍ ଡଃ ଏକେଏନ୍ ଭାଇଥାଇୟାନାଥମ୍ ଓ ୟୁନିଭର୍ସାଲ ଏଚିଭେରସ ବୁକ୍ ଅଫ୍ ରେକର୍ଡସ୍ ଅଧ୍ୟକ୍ଷ ଡଃ ବାବୁ ବାଲକୃଷ୍ଣା ପ୍ରମୁଖ ଉପସ୍ଥିତ ରହି ସମସ୍ତଙ୍କୁ ସମ୍ମାନିତ କରିଥିଲେ ।
ସାମାଜିକ ସେବା ଓ ସିଭିଲ ଇଞ୍ଜିନିୟରିଂରେ କୃତିତ୍ୱ ଅର୍ଜନ କରିଥିବା ଓଡ଼ିଶାର ୩ ଜଣଙ୍କୁ ଡକ୍ଟରେଟ ଉପାଧି !!!

