ବାଣପୁର ମା’ଭଗବତୀଙ୍କ ହୁଣ୍ଡି ଖୋଲିଲା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ମାର୍ଚ୍ଚ ୩୦ ଓ ୩୧ ତାରିଖ ଦୁଇ ଦିନ ଧରି ମା’ ଭଗବତୀ ମନ୍ଦିର ଭିତରେ ସ୍ଥାପିତ ଦୁଇଟି ହୁଣ୍ଡି ଖୋଲାଯାଇ ହୁଣ୍ଡିରେ ପଡିଥିବା ଶ୍ରଦ୍ଧାଳୁ ମାନଙ୍କ ଦାନ ଅର୍ଥ ଓ ରୂପା ଅଳଙ୍କାର ସଂଗ୍ରହ କରାଯାଇ ସ୍ଥାନୀୟ ୟୂକୋ ବ୍ୟାଙ୍କରେ ଜମା ରଖାଯାଇଛି । ୩୦ ତାରିଖ ଦିନ ମଣ୍ଡପ ପାଖ ବାହାର ହୁଣ୍ଡିରୁ ୩,୭୧,୩୯୫.୦୦ ଟଙ୍କା ସହିତ ୭ଟି ରୂପା ଆଖି, ୧ ଟି ରୂପାର ଚିତା, ଦୁଇଟି ରୂପା ପାତିଆ ଓ ୧ଟି ରୂପାର କଇଁଚ଼ ମୁଦି ସଂଗ୍ରହ କରାଯାଇଥିବା ବେଳେ ୩୧ ତାରିଖ ଦିନ ମନ୍ଦିର ଭିତର ହୁଣ୍ଡିରୁ ୧,୬୩,୯୬୮.୦୦ ଟଙ୍କା ସହିତ ୨ ଟି ରୂପାର ଆଖି ଏହିପରି ସର୍ବମୋଟ ଟ ୫,୩୫, ୩୬୩.୦୦ଙ୍କା ସଂଗ୍ରହ କରାଯାଇଥିବା କଥା ମନ୍ଦିର ପରିଚାଳନା କମିଟି ତରଫରୁ ସୂଚନା ମିଳିଛି । କମିଟିର ସଭାପତି ସ୍ଥାନୀୟ ତହସିଲଦାର କୁଞ୍ଜବିହାରୀ ବଡ଼ଜେନା, କମିଟିର ସଭ୍ୟ ମଣ୍ଡଳ ଉନ୍ନୟନ ଅଧିକାରୀ ପ୍ରଦ୍ୟୁମ୍ନ କୁମାର ନାୟକ, ସଭ୍ୟ ତଥା ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ ଅବିନାଶ ମହାନ୍ତି, ଏଣ୍ଡାଓମେଣ୍ଟ କାର୍ଯ୍ୟନିର୍ବାହୀ ଅଧିକାରୀ ବାଳମୁକୁନ୍ଦ ଦାସ , ଥାନା ପୋଲିସ୍ ଶାନ୍ତନୁ ପଟ୍ଟନାୟକ , ପୂଜକ ବିନାୟକ ମହାପାତ୍ର, ପାଳିଆ ମାଳି ବସନ୍ତ ନାୟକ , ଫଟୋଗ୍ରାଫର ବ୍ରଜ ଜେନା, ମନ୍ଦିର କର୍ମଚାରୀ ସୁରେନ୍ଦ୍ର ସାହୁ, ଅକ୍ଷୟ ମିଶ୍ର, ଅଶ୍ଵିନୀ ମିଶ୍ର, କମଳ ମିଶ୍ରଙ୍କ ଉପସ୍ଥିତିରେ ସଭାପତି ଶ୍ରୀଯୁକ୍ତ ବଡ଼ଜେନା ମା ‘ ଙ୍କ ପାଖରେ ପୂଜାର୍ଚ୍ଚନା ପରେ ଉକ୍ତ ହୁଣ୍ଡି ଦୁଇଟିକୁ ଖୋଲି ଥିଲେ । ହୁଣ୍ଡିରୁ ସଂଗୃହୀତ ଅର୍ଥ ଓ ଅଳଙ୍କାର ମା’ ଙ୍କ ନୀତିକାନ୍ତି ଓ ସେବାରେ ବିନିଯୋଗ ହେବ । ଏଥିପାଇଁ ଦାତା ମାନଙ୍କ ମଙ୍ଗଳ କାମନା କରି କମିଟି ତରଫରୁ ମା’ ଙ୍କ ନିକଟରେ ପ୍ରାର୍ଥନା କରାଯାଇଛି ବୋଲି ମନ୍ଦିର କମିଟି ତରଫରୁ ପ୍ରକାଶ କରାଯାଇଛି ।

Leave a Reply

Your email address will not be published. Required fields are marked *