ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ସାଧାରଣ ଲୋକଙ୍କ କାମ ପାଇଁ ବିଦ୍ୟୁତ ବିଭାଗର କାର୍ଯ୍ୟାଳୟ , ସେଇ ମାନଙ୍କ ଦ୍ୱାରା ପ୍ରଦତ୍ତ ମାସିକ ବିଲ ର ଲାଭାଂଶ ରୁ ମିଳୁଛି ଦରମା . ହେଲେ ସାଧାରଣ ଲୋକଙ୍କ ଅଭିଯୋଗ ଶୁଣୁ ନାହାନ୍ତି ଭାପୁର ବିଦ୍ୟୁତ ବିଭାଗ କର୍ମଚାରୀ . ଭାପୁର ଇଲେକ୍ଟ୍ରି ଅଫିସ୍ ରେ ଚାଲିଛି ମନମୁଖୀ କାରବାର . ମଧୁସୂଦନ ପରିଡ଼ା (୬୦) ନାମକ ଉପଭୋକ୍ତାଙ୍କ ଭାପୁର ବାସଭବନରେ ଇଲେକ୍ଟ୍ରି ବିଲ ରେ 858 ୟୁନିଟ୍ ଭୁଲ୍ ରେ ଆଡ୍ କରିଛନ୍ତି କର୍ମଚାରୀ । ଦୀର୍ଘ ୧ ବର୍ଷ ହେଇଗଲା ବାରମ୍ବାର ଅଭିଯୋଗ ପରେ ବି ହେଉନି ସମସ୍ୟାର ସମାଧାନ . ତେବେ ସେ ସମ୍ପର୍କରେ ପଚାରିବାରୁ କହୁଛନ୍ତି କେତେ ଦିନ ଲାଗିବ ସମାଧାନ ପାଇଁ କିଛି କହି ହେବନାହିଁ , ଯଦି ଅସୁବିଧା ହେଉଛି କରେଣ୍ଟ କାଟିଦିଅ କହୁଛନ୍ତି ।

