ବାଣପୁର ପଲଟନ ପଡିଆରେ ୧୪ ତମ ବାର୍ଷିକ ଦଣ୍ଡମିଳନ ସମାରୋହ !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ରେ ଏପ୍ରିଲ ୧ ତାରିଖ ଠାରୁ ୧୩ ତାରିଖ ପର୍ଯ୍ୟନ୍ତ ମା’ କାଳୀଙ୍କ ଦଣ୍ଡଯାତ୍ରା ଅନୁଷ୍ଠିତ ହେଉଅଛି l କୋଭିଡ କଟକଣା ଯୋଗୁଁ ଗତଦୁଇ ବର୍ଷ ହେବ ଏହା ବନ୍ଦ ହୋଇ ରହିଥିଲା l ଚଳିତ ବର୍ଷ ମଧ୍ୟ ବାଣପୁର ସହରରେ ସ୍ଥାନୀୟ ବାଣପୁର ଦଣ୍ଡମିଳନ କମିଟି ଆନୁକୂଲ୍ୟରେ ୧୪ ତମ ବାର୍ଷିକ ଦଣ୍ଡମିଳନ ସମାରୋହ ଆଜି ଐତିହାସିକ ପଲଟନ ପଡ଼ିଆରେ ଆଡମ୍ୱର ସହ ପାଳିତ ହୋଇଯାଇଛି l ବାଣପୁର ଅଞ୍ଚଳର ୧୩ ଗୋଟି ଦଣ୍ଡ ଶ୍ରୀ ଶ୍ରୀ ରାଜରାଜେଶ୍ଵର ବିଜେ ବଡ଼ହନ୍ତୁଆଡ ଙ୍କ ନିମନ୍ତ୍ରଣ କ୍ରମେ ଆସିଥିଲେ । ଠାକୁର ଙ୍କ ସହ ପାଟ ଭକତା, ଘଣ୍ଟୁଆ କାହାଳୀ, ଚାମ୍ବର ସହ ବିଭିନ୍ନ ରଙ୍ଗ ବେରଙ୍ଗର ଆଲୋକ ମାଳା ରେ ସଜ୍ଜିତ କରାଇ ନିଜ ନିଜ ଠାକୁର ମାନଙ୍କୁ ନିଜେ ଗ୍ରାମବାସୀ ମାନେ ନେଇ ଆସିଥିଲେ ପଡିଆ ମଧ୍ୟକୁ । ଦୁଇବର୍ଷ ଧରି ଚାତକ ପରି ଚାହିଁ ବସିଥିବା ଭକ୍ତ ମାନେ ଏହି ଅପୂର୍ବ ମିଳନ ଦେଖିବା ପାଇଁ , ସ୍ଥାନୀୟ ଅଞ୍ଚଳ ସମେତ ଆଖପାଖ ଅଞ୍ଚଳ ରୁ ହଜାର ହଜାର ଭକ୍ତ ଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଛି l

 

Leave a Reply

Your email address will not be published. Required fields are marked *