ଶିଶୁ ସୁରକ୍ଷାର ଦାୟିତ୍ୱ ନେବେ ମହାବିଦ୍ୟାଳୟ ର ସ୍ୱେଚ୍ଛାସେବୀ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଶିଶୁ ସୁରକ୍ଷା ପାଇଁ ଆରମ୍ଭ ହୋଇ ଥିବା ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞା ର ସଫଳ ରୂପାୟନ ପାଇଁ ଏଣିକି ଜିଲ୍ଲାରେ ଥିବା ପ୍ରତି ମହା ବିଦ୍ୟାଳୟର NSS, ୟୁଥ ରେଡ଼ କ୍ରସ ଏବଂ ସ୍କାଉଟ ଗାଇଡର ସ୍ବେଚ୍ଛାସେବୀ ମାନେ ଦାୟିତ୍ୱ ନେବେ।ଜିଲ୍ଲା ପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ଏଥିପ୍ରତି ନିର୍ଦ୍ଦେଶ ପରେ ଜିଲ୍ଲାରେ ଥିବା 13 ଗୋଟି ମହାବିଦ୍ୟାଳୟର ଏନ.ଏସ.ଏସ,ୟୁଥ ରେଡ଼କ୍ରସ ଏବଂ ସ୍କାଉଟ ଗାଇଡର ସ୍ବେଚ୍ଛାସେବୀ ମାନଙ୍କୁ ଚିହ୍ନଟ କରାଯାଇ ଦୁଇଟି ଭାଗରେ ପ୍ରଶିକ୍ଷଣ ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି।ଜିଲ୍ଲାର ନିର୍ଦ୍ଦିଷ୍ଟ କାର୍ଯ୍ୟକ୍ରମ ପ୍ରତିଜ୍ଞାର ଉଦ୍ଦେଶ୍ୟ ଥିଲା ଯେ କିଶୋରୀ ବାଳିକା ମାନଙ୍କୁ ନେଇ ଏକ ସଙ୍ଘଠନ ତିଆରି କରାଯିବ ଯେଉଁଥିରେ ସେମାନେ ସେମାନଙ୍କ ସୁରକ୍ଷା ପାଇଁ ନେତୃତ୍ୱ ନେବେ।ଏହା ସହ ଜିଲ୍ଲାରେ ଶିଶୁ ମାନଙ୍କ ଉପରେ ଘଟୁଥିବା ନିର୍ଯ୍ୟାତନା ଏବଂ ଘଟୁଥିବା ଥିବା ଘଟଣା ଉପରେ ସୂଚନା ଦେବେ ଯାହାଦ୍ୱାରା କି ଜିଲ୍ଲାର ଶତ ପ୍ରତିଶତ ଶିଶୁ ପାଖରେ ଶିଶୁ ଅଧିକାର ଏବଂ ଶିଶୁ ସୁରକ୍ଷାର ବାର୍ତ୍ତା ସହଜରେ ପହଞ୍ଚାଯାଇ ପାରିବ ।

ଏହି କାର୍ଯ୍ୟକ୍ରମରେ ଆଜି ବାବା ସାହେବ ଆମ୍ବେଦକର କଲେଜ, ଖଜୁରିପଦା, ହିଲ ଟପ କଲେଜ,ମୋହନା, ହରଭଙ୍ଗା ମହାବିଦ୍ୟାଳୟ, ଅଡବା, ମହେନ୍ଦ୍ର ତନୟା ମହାବିଦ୍ୟାଳୟ, ଆର, ଉଦୟଗିରି, ଇନ୍ଦିରା ଗାନ୍ଧି ମେମୋରିଆଲ ମହାବିଦ୍ୟାଳୟ, ଚାନ୍ଦିପୁଟରେ 150 ଜଣ ସ୍ବେଚ୍ଛାସେବୀଙ୍କୁ ନେଇ ଶିଶୁ ସୁରକ୍ଷାର ସମସ୍ତ ଦିଗ ଉପରେ ଦିନିକିଆ ପ୍ରଶିକ୍ଷଣ ଶିବିର କୃଷି ବିଜ୍ଞାନ କେନ୍ଦ୍ରର ସମ୍ମିଳନୀ କକ୍ଷ ଆର ଉଦୟଗିରି ଠାରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ଯୋଗ ଦେଇଥିବା ପ୍ରାୟ ସ୍ବେଚ୍ଛାସେବୀ ନାବାଳିକା ହୋଇଥିଲା ବେଳେ ନିଜର ସୁରକ୍ଷା ନିଜ ନେତୃତ୍ୱରେ ନିଆଯିବା କଥା କୁ ସମସ୍ତଙ୍କ ଦ୍ଵାରା ଆଗ୍ରହର ସହିତ ଗ୍ରହଣ କରାଯାଇ ଥିଲା।ଉପରୋକ୍ତ ପ୍ରଶିକ୍ଷଣ ଶିବିର ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀଯୁକ୍ତ ଅରୁଣ କୁମାର ତ୍ରିପାଠୀଙ୍କ ନେତୃତ୍ୱରେ ଚାଲିଥିଲା ବେଳେ ଏଥିରେ ଭାରତୀ ମିଶ୍ର ଅଧ୍ୟକ୍ଷ ମହେନ୍ଦ୍ର ତନୟା ମହା ବିଦ୍ୟାଳୟ ଆର ଉଦୟଗିରି ସମସ୍ତ ବିଦ୍ୟାଳୟର ଏନ ଏସ ଏସ,ୟୁଥ ରେଡ଼ କ୍ରସ ଏବଂ ସ୍କାଉଟ ଓ ଗାଇଡ଼ର ସଂଯୋଜକ ମାନେ ଯୋଗ ଦେଇ ସେମାନଙ୍କର ୟୁନିଟ ମାଧ୍ୟମରେ ଶିଶୁ ଅଧିକାର ଓ ସୁରକ୍ଷାର ବାର୍ତ୍ତା ଜିଲ୍ଲାର ଶେଷ ଶିଶୁ ପାଖରେ କିପରି ପହଞ୍ଚିବ ତାହାରି ଉପରେ ଆଲୋଚନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ଆଇନ ଏଡ଼ ର ଜିଲ୍ଲା ସଂଯୋଜକ ବିକାଶ କୁମାର ମେହେର ଓ ୟୁଏନ ଏଫ ପି ଏ ର ଜିଲ୍ଲା ସଂଯୋଜିକା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ର ଜୟ ପ୍ରକାଶ ବଡ଼ତ୍ୟା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।

Leave a Reply

Your email address will not be published. Required fields are marked *