କନ୍ଦରପୁରରେ ସମ୍ବର୍ଦ୍ଧିତ ହେଲେ ୪୨ ମୌଜା ଗୋୖରବ ବିଶିଷ୍ଟ ସମାଜସେବୀ ଅଜୟ କୁମାର ବେହେରା !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର କନ୍ଦରପୁର ସ୍ଥିତ ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ ସରସ୍ୱତୀ କଳା ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା ପର୍ବ , ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି . ୪୨ ମୌଜା, ବରାଳ ଗ୍ରାମର ବିଶିଷ୍ଟ ସମାଜସେବୀ ଅଜୟ କୁମାର ବେହେରାଙ୍କୁ ସମାଜସେବା, ଗାଁର ବିକାଶ, ସଂସ୍କୃତିର ପୁନଃରୁଦ୍ଧାର, ଓଡ଼ିଶା ବାହାରେ ବିଭିନ୍ନ ପ୍ରତିଷ୍ଠିତ ଶିଳ୍ପଦ୍ୟୋଗ ମାନଙ୍କରେ ଶିକ୍ଷିତ ଯୁବକ ମାନଙ୍କୁ କର୍ମ ସଂସ୍ଥାନ ଯୋଗାଇବା ଆଦି ଉଲ୍ଲେଖନୀୟ କୃତିତ୍ୱ ନେଇ ମର୍ଯ୍ୟାଦା ଜନକ ସେବାଶ୍ରୀ ସମ୍ମାନ ପ୍ରଦାନ କରାଯାଇଛି । ଏହି ସମ୍ବର୍ଦ୍ଧନା ପର୍ବରେ ସ୍ତମ୍ବକାର ଇଂ. ସନ୍ନ୍ୟାସୀ, ଉତ୍କଳ ବିକାଶ ପରିଷଦର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀ, ଇଂ. ବସନ୍ତ ରାଉତ, ସଭାପତି ପ୍ରତିଭା ଶତପଥୀ, ସାହିତ୍ୟିକ ଶୁକଦେବ ପରିଡ଼ା, ନାଟ୍ୟକାର ଦୈତାରୀ ପ୍ରଧାନ, ସାମ୍ବାଦିକ ଚକ୍ରବର୍ତ୍ତୀ ଓତା, ସମ୍ପାଦକ ନାଟ୍ୟକାର ଅଶୋକ ପଟ୍ଟନାୟକ, ଉପଦେଷ୍ଟା ରଶ୍ମି ରଂଜନ ଶତପଥୀ, ଇଂ.ସେବକ ଶ୍ରୀକାନ୍ତ, ବିଷ୍ଣୁପ୍ରିୟା ଚାରିଟେବୁଲ୍ ଟ୍ରଷ୍ଟ ଓଡ଼ିଶା ସହ ସଂପାଦକ ସୁରଜ ବେହେରା, ଇଂ. ଶ୍ରୀକାନ୍ତ ବେହେରା ସମସ୍ତ କାର୍ଯ୍ୟକର୍ତ୍ତା ଓ ଛାତ୍ରଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *