ବାଲିସିଂସା ଝାମୁ ଯାତ୍ରାରେ ସ୍ଥାନୀୟ ଭକତା ଙ୍କ ଜୁଲୁମ୍ ଯୋଗୁଁ ବାଦ ପଡିଲେ ଖଙ୍ଗାରପୋଲି ଦଣ୍ଡୁଆ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ଼ ଜିଲ୍ଲା ଓଡଗାଁ ବ୍ଲକ ଅନ୍ତର୍ଗତ ସୁନାମୁହିଁ ଗ୍ରାମ ପଞ୍ଚାୟତ ର ବାଲିସିଂସା ଗ୍ରାମରେ ଅନୁଷ୍ଠିତ ହୋଇଥିବା ଝାମୁ ଯାତ୍ରା ରେ ବାଲିସିଂସା ଗ୍ରାମର ଦଣ୍ଡୁଆ ଙ୍କ ଜୁଲୁମ୍ ଯୋଗୁଁ ଖଙ୍ଗାରପୋଲି ଦଣ୍ଡୁଆ ଝାମୁ ଚାଲିବା ରୁ ବଞ୍ଚିତ ହୋଇଛନ୍ତି | ସୂଚନା ଥାଉ କି ପ୍ରଚଣ୍ଡ ଖରା ଯୋଗୁଁ ଦୂର ଦୁରାନ୍ତରୁ ଅନେକ ଶ୍ରଦ୍ଧାରୁ ଝାମୁ ଯାତ୍ରା ଦେଖିବାକୁ ଆସିଥିବା ବେଳେ ରୌଦ୍ର ତାପ ରୁ ରକ୍ଷା ପାଇବା ପାଇଁ କିଛି ବନ୍ଦବସ୍ତ ହୋଇ ନଥିବା ବେଳେ ଶ୍ରଦ୍ଧାଳୁ ମାନେ ଖରାରେ ଝାମୁ ଯାତ୍ରା ଦେଖିବା ପାଇଁ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିଥିଲେ | ସେପଟେ ଗ୍ରାମବାସୀ ଙ୍କ ତରଫରୁ କିଛି ମଦ୍ୟପ ଯୁବକ ଙ୍କୁ ପରିଚାଳନା ଦାୟିତ୍ୱ ଦିଆଯାଇଥିବା ବେଳେ , ସେମାନେ ବ୍ରିଟିଶ ଶାସନ ଭଳି ଶ୍ରଦ୍ଧାଳୁ ଙ୍କୁ ବ୍ୟବହାର କରୁଥିବା ସାମ୍ନା କୁ ଆସିଥିଲା | ପ୍ରଚଣ୍ଡ ଖରା କୁ ଖାତିରି ନ କରି କିଛି ଗଣମାଧ୍ୟମ ପ୍ରତିନିଧି ଖବର ସଂଗ୍ରହ କରିବାକୁ ଆସି ଫଟୋ ଉତ୍ତୋଳନ କରିବା ସମୟରେ ସମ୍ପୃକ୍ତ ଯୁବକମାନେ ସେମାନଙ୍କୁ ଦୁର୍ବ୍ୟବହାର ଦେଖାଇଥିବା ଘଟଣା ସାମନାକୁ ଆସିଥିଲା . ଏପଟେ ବାଲିସିଂସା ଗ୍ରାମରେ ଦଣ୍ଡ ଠାକୁର ଙ୍କୁ ନେଇ ବିବାଦ ଏ ପର୍ଯ୍ୟନ୍ତ ତୁଟି ନଥିବା ବେଳେ ବାଲିସିଂସା ଗ୍ରାମର ଗୌଡ଼ ସାହି କୁ ବାଦ ଦେଇ ଝାମୁଯାତ୍ରା କରୁଥିବା ଅଭିଯୋଗ ହୋଇଛି | ଗୌଡ଼ ସାହି ବାସିନ୍ଦା ଙ୍କ କହିବା କଥା ପୂର୍ବରୁ ସ୍କୁଲ ତୋଟା ରେ ଝାମୁ ଯାତ୍ରା ଅନୁଷ୍ଠିତ ହେଉଥିବା ବେଳେ ଏବେ ତାଙ୍କ ମନଇଛା ପ୍ରଚଣ୍ଡ ଖରା ରେ ଖୋଲା ଜମିରେ ଝାମୁଯାତ୍ରା କରୁଛନ୍ତି ଏବଂ ହଜାର ହଜାର ଶ୍ରଦ୍ଧାଳୁ ଙ୍କ ଜୀବନ ସହ ଖେଳ ଖେଳୁଛନ୍ତି | ହିନ୍ଦୁ ଧର୍ମ ର ବୈଦିକ ରୀତିନୀତି ଅନୁସାରେ ଜାତି ଧର୍ମ ବର୍ଣ୍ଣ ସର୍ବ ଶେଷରେ ଠାକୁର ସମସ୍ତ ଙ୍କର ହୋଇଥିବା ବେଳେ କିଛି ଖଳ ପ୍ରକୃତିର ଲୋକଙ୍କ ଯୋଗୁଁ ସେମାନେ ଠାକୁର ଙ୍କ ସେବାରୁ ବଞ୍ଚିତ ହୋଇଥିବା କଥା କ୍ଷୋଭର ସହିତ ପ୍ରକାଶ କରିଛନ୍ତି |

Leave a Reply

Your email address will not be published. Required fields are marked *