ବଳଦ ଖୋଜିବାକୁ ଯାଇ ବାରହା ଆକ୍ରମଣରେ ଯୁବକ ଗୁରୁତର !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ବଳଦ ଖୋଜିବାକୁ ଯାଇ ବାରହା ଆକ୍ରମଣ ର ଶିକାର ହେଲେ ଯୁବକ । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲାର ଉପାନ୍ତ ଅଞ୍ଚଳ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରଢ଼ା ଗ୍ରାମରେ । ସୂଚନା ପ୍ରକାରେ ରଢ଼ା ଗ୍ରାମର ବିକ୍ରମ ସୁକାମାଝୀ ନାମକ ୨୮ ବର୍ଷୀୟ ଯୁବକଙ୍କ ବଳଦ ଜଙ୍ଗଲକୁ ଚରିବାକୁ ଯାଇଥିଲେ । ବଳଦ ଫେରିବାରେ ବିଳମ୍ବ ହେବାରୁ ଖୋଜିବାକୁ ନିକଟସ୍ଥ ଜବା ଜଙ୍ଗଲକୁ ଯାଇଥିଲେ ବିକ୍ରମ । ବଳଦ ଖୋଜି ଫେରିବା ସମୟରେ ସେହି ଜଙ୍ଗଲରେ ଏକ ନାଳ ନିକଟରେ ହଠାତ୍ ଏକ ବାରହା ଆସି ବିକ୍ରମ ଙ୍କୁ ଆକ୍ରମଣ କରିଥିଲା । କୌଣସି ପ୍ରକାରେ ବିକ୍ରମ ବାରହା କବଳରୁ ମୁକୁଳି ଯାଇଛନ୍ତି ସତ କିନ୍ତୁ ଆକ୍ରମଣରେ ବିକ୍ରମଙ୍କ ଦୁଇ ଜଙ୍ଘ, ଗୋଡ଼ ଓ ହାତରେ ଗଭୀର କ୍ଷତ ହୋଇଥିବା ଜଣାପଡ଼ିଛି । ପରିବାର ଲୋକେ ଗୁରୁତର ଅବସ୍ଥାରେ ବିକ୍ରମ ସୁକାମାଝୀଙ୍କୁ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି ।

Leave a Reply

Your email address will not be published. Required fields are marked *