କାଶୀନଗର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତଦାନ ଶିବିର !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମହାନ ଜନନାୟକ, ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟନାୟକ ଙ୍କ ଶ୍ରାଦ୍ଧ ଦିବସ ଅବସରରେ ଆଜି ଗଜପତି ଜିଲ୍ଲା କାଶୀନଗର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ରକ୍ତଦାନ ଶିବିର ତଥା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ କରାଯାଇଥିଲା । ଏହି ଅବସରରେ ଯୁବନେତା ଇଂ. ରୂପେଶ ପାଣିଗ୍ରାହୀ, ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଗବାରା ତିରୁପତି ରାଓ , ଜିଲ୍ଲା ବିଜେଡ଼ି ସଭାପତି ପ୍ରଦୀପ କୁମାର ନାୟକ, କାଶୀନଗର ବ୍ଲକ ଅଧ୍ୟକ୍ଷା ଶ୍ରୀମତି ବାଲ୍ଲା ସାୟାମା , କାଶୀନାଗର ଏନଏସି ଅଧ୍ୟକ୍ଷା ଶ୍ରୀମତୀ ଏମ ସୁଧାରାଣୀ , ମରୁତ ପାଲ ଓ ବରିଷ୍ଠ ନେତା ଶ୍ରୀବସନ୍ତ ଦାସ ପ୍ରମୂଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *