ଖଜୁରୀପଡ଼ା ଠାରେ ଡାକ ମେଳା ଅନୁଷ୍ଠିତ !!!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ଡାକମଣ୍ଡଳ ତରଫରୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ ଖଜୁରୀପଡ଼ା ବ୍ଲକ ଠାରେ ଏକ ଡାକମେଳା ଅନୁଷ୍ଠିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମ ଫୁଲବାଣୀ ଡିଭିଜନର ଏଏସପି ସୁଧାଂଶୁ ଶେଖର ପାଢ଼ୀଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା l ଫୁଲବାଣୀ ସବଡିଭିଜନର ଏପିଆଇ ସଂଜୟ କୁମାର ଦୋରା, ଶେଷଦେବ ସାହୁ , ଡିଓପିଏଲାଇ ସଂଗ୍ରାମ କେଶରୀ ପ୍ରଧାନ ଏବଂ ଓଭରସିଅର ଅଭୟ ମେଲର ପ୍ରମୁଖ ଉପସ୍ଥିତ ଥିଲେ l ସଭାରେ ଡାକ ବିଭାଗର ସମସ୍ତ ସ୍କିମ ବିଷୟରେ ଏବଂ ଏହାର ଉପକାରିତା ବିଷୟ ରେ ଅବଗତ କରାଇଥିଲେ l ଜନ ସଚେତନତା ପାଇଁ ସମସ୍ତ ଉପରିସ୍ଥ ଅଧିକାରୀଙ୍କ ସହ ସମସ୍ତ ବିପିଏମ ମାନେ ମିଶି ଏକ ଗ୍ରାମ ପରିକ୍ରମା ର ଆୟୋଜନ କରିବା ସହ ବୀମା ପ୍ରଚାର ପତ୍ର ବଣ୍ଟନ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଏଥିରେ ଫୁଲବାଣୀ ସବ ଡିଭିଜନର ସମସ୍ତ ବିପିଏମ ଓ ସ୍ଥାନୀୟ ସରପଞ୍ଚ , ଅଙ୍ଗନୱାଡି କର୍ମୀ ଓ ସ୍ଥାନୀୟ ଗ୍ରାମବାସୀ ମାନେ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *