ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ପୋଲିସକୁ ମିଳିଛି ବଡ଼ ସଫଳତା . ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀ କୁ ଗିରଫ କଲା ଗଜପତି ପୋଲିସ . ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥି ଗଣମାଧ୍ୟମ କୁ ସୂଚନା ଦେଇ କହିଛନ୍ତି ଯେ , ଗଜପତି ପୋଲିସ ଜଣେ ଆନ୍ତଃରାଜ୍ୟ ଗଞ୍ଜେଇ ବ୍ୟବସାୟୀଙ୍କୁ ଗିରଫ କରିଛି । ସେ ଉତ୍ତର ପ୍ରଦେଶର ଆଲିଗଡ଼ ଜିଲ୍ଲା ଡୋରି ନଗର ଗ୍ରାମର ଯସବନ୍ତ ସିଂ . ଗଜପତି ପୋଲିସର ଏକ ସ୍ୱତନ୍ତ୍ର ଟିମ ଉଠାଇ ଆଣିଛି ସମ୍ପୃକ୍ତ ବ୍ୟବସାୟୀକୁ । ଅକ୍ଟୋବର 3, 2021 ରେ ଏକ ଗ୍ରାନାଇଟ ବୋଝେଇ ଟ୍ରକରେ 2020 କିଗ୍ରା 800 ଗ୍ରାମ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ବେଳେ ଅଡ଼ବା ପୋଲିସ ତାକୁ ଜବତ କରିଥିଲା । ସେ ସମୟରେ ଗାଡି ଡ୍ରାଇଭର ଓ ହେଲପର କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା . ହେଲେ ପୋଲିସ ଘଟଣାର ତଦନ୍ତ ଜାରି ରଖିଥିଲା । ତଦନ୍ତ ପରେ ପୋଲିସର ଏକ ସ୍ୱତନ୍ତ୍ର ଟିମ ଉତ୍ତର ପ୍ରଦେଶ ଯାଇ ଆନ୍ତଃରାଜ୍ୟ ବ୍ୟବସାୟୀ ଯଶବନ୍ତ ସିଂ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାର ଗଜପତି ଆରକ୍ଷୀ ଅଧୀକ୍ଷକ ଜୟରାମ ଶତପଥୀ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ବାମଦେବ ସିଂ ଓ ଅଡବା ଥାନା ଅଧିକାରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଆନ୍ତଃ ରାଜ୍ୟ ଗଞ୍ଜେଇ ବ୍ୟବସାୟୀ କୁ ଗିରଫ କଲା ଗଜପତି ପୋଲିସ !!!

