ପାରଳାଖେମୁଣ୍ଡି ମହିଳା ଯୁକ୍ତ ତିନି ମହାବିଦ୍ୟାଳୟ ରେ କ୍ୟାରିୟର କାଉନସେଲିଂ ସେମିନାର ଆୟୋଜିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ମହିଳା ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ କ୍ୟାରିୟର କାଉନସେଲିଂ ସେମିନାର ଆୟୋଜିତ . ” ମୋ କଲେଜ ଅଭିଯାନ ” ଅଧୀନରେ ଥିବା ପାରଳାଖେମୁଣ୍ଡି ମହିଳା ଯୁକ୍ତ ତିନି ମହାବିଦ୍ୟାଳୟ ପରିସରରେ ବ୍ରହ୍ମପୁର ର ଭାନିକ ସଂସ୍ଥା ତରଫରୁ କ୍ୟାରିୟର କାଉନସେଲିଂ ସେମିନାର ଆୟୋଜିତ ହୋଇଯାଇଛି | ସେମିନାର ର ଶୀର୍ଷକ ଥିଲା ” କ୍ୟାରିୟ ର ଅପସନ ଇନ ଗମେଣ୍ଟ ସେକ୍ଟର ” | ଏ ଉପରେ ଆଲୋକପାତ କରିଥିଲେ ଅମନ କୁମାର ଦଳାଇ , ବାହାରୁ ଆସିଥିବା ନିର୍ଦ୍ଦେଶକ ଛାତ୍ରୀ ମାନଙ୍କୁ ବ୍ୟକ୍ତିତ୍ୱର ବିକାଶ ଓ ନିଯୁକ୍ତି କ୍ଷେତ୍ରରେ ମାର୍ଗଦର୍ଶନ କରାଇଥିଲେ | ଏହି କାର୍ଯ୍ୟକ୍ରମ ରେ କଲେଜ ର ଅଧ୍ୟକ୍ଷା ଡ଼କ୍ଟର ରୀନା ସାହୁ, ସମ୍ପାଦିକା ଡ଼କ୍ଟର ଭାରତୀ ପାଣିଗ୍ରାହୀ, କଲେଜ ର ସମସ୍ତ ଅଧ୍ୟାପିକା, କର୍ମଚାରୀ ଉପସ୍ଥିତ ଥିଲେ |

Leave a Reply

Your email address will not be published. Required fields are marked *