ସେଞ୍ଚୁରିୟନ ଅଡିଟୋରିୟମ୍ ରେ ବିଜ୍ଞାନ ପ୍ରଦର୍ଶନୀ !!

0
273

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ସେଞ୍ଚୁରିୟନ ବିଶ୍ୱବିଦ୍ୟାଳୟ ଅଡିଟୋରିୟମ୍ ଗଜପତି ଠାରେ ସେଞ୍ଚୁରିୟନ ପବ୍ଲିକ ସ୍କୁଲ ଗଜପତି ଦ୍ୱାରା ବିଜ୍ଞାନ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି . ସେଞ୍ଚୁରିୟନ ପବ୍ଲିକ ସ୍କୁଲ ସହିତ ସାମାଜିକ ଓ ସଂସ୍କୃତି କେନ୍ଦ୍ର ଓଡ଼ିଶା ସରକାର ଏବଂ ସହଯୋଗୀ ଭାବେ ବୈଷୟିକ ବିଜ୍ଞାନ ବିଭାଗ ଭାରତ ସରକାର ଦ୍ୱାରା ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଛି .

କାର୍ଯ୍ୟକ୍ରମରେ ମିଷ୍ଟର୍ ଜେ.କେ ନାୟକ ସ୍ୱାଗତ ଅଭିଭାଷଣ ଏବଂ ଅତିଥି ପରିଚୟ ପ୍ରଦାନ କରିଥିବା ସମୟରେ ସଭାରେ ମୁଖ୍ୟ ଅତିଥି ଭାବେ ପ୍ରଦୀପ କୁମାର ପଣ୍ଡା – ଅଧ୍ୟକ୍ଷ ଜବାହାର ନବୋଦୟ ବିଦ୍ୟାଳୟ ଗଜପତି ଯୋଗ ଦେଇଥିଲେ . ସମ୍ମାନିତ ଅତିଥି ଭାବେ ଡ଼ଃ ଏସ୍. ପି. ନନ୍ଦ ଡିନ୍ – ସ୍ୱାମୀ ନାଥନ କୃଷି ବିଦ୍ୟାଳୟ କୁଟୁମ୍ , ହରପ୍ରସାଦ ମିଶ୍ର ପଦାର୍ଥ ବିଜ୍ଞାନ ବିଭାଗ ମୁଖ୍ୟ ଜବାହାର ନବୋଦୟ ବିଦ୍ୟାଳୟ ଗଜପତି ଓ ସ୍ୱତନ୍ତ୍ର ଅତିଥି ଭାବେ ସଂଜୟ କପୁର, ସେଞ୍ଚୁରିୟନ୍ ପବ୍ଲିକ ସ୍କୁଲ ଗଜପତି ର ନିର୍ଦ୍ଦେଶିକା ମିସ୍ କଲ୍ଲାପୁର୍ଣ୍ଣା ନଲ୍ଲା ଏବଂ ଅଧ୍ୟକ୍ଷା ମିସ୍ ସୁନିତା ପାଣିଗ୍ରାହୀ, ଡ଼କ୍ଟର ଅନିତା ପlତ୍ର, ଅଶୋକ ମିଶ୍ର, ଆଡିମିନଷ୍ଟ୍ରେଟର ଅଫିସର , ଆଞ୍ଚଳିକ ନିର୍ଦ୍ଦେଶକ ସମ୍ବିତ ପାତ୍ର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ସୁପରାମର୍ଶ ପ୍ରଦାନ କରିଥିଲେ .

ଆୟୋଜନ କରାଯାଇଥିବା ୩୬ଟି ବିଜ୍ଞାନ ପ୍ରୋଜେକଟ ପ୍ରଦର୍ଶିତ ହୋଇଥିଲା . “ସମର୍ଟ ହୋମ , କିଡ଼ନୀ ର କାର୍ଯ୍ୟକାରିତା , ବାୟୁ ଚାଳିତ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର, କମ୍ପୁଟର ରୋବଟ, ଅଟୋମେଟିକ ଫାୟାର ଆଲାର୍ମ ଇତ୍ୟାଦି ପ୍ରକଳ୍ପ ପ୍ରଦର୍ଶିତ ହୋଇଥିଲା l ବିଜ୍ଞାନ କୁଇଜ୍ ଏବଂ ଚିତ୍ରାଙ୍କନ ପ୍ରତିଯୋଗିତାରେ ୧୧୦ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିବା ସମୟରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା, ଉକ୍ତ କାର୍ଯ୍ୟକ୍ରମରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀ ମାନେ ଉପସ୍ଥିତ ଥିଲେ .

LEAVE A REPLY

Please enter your comment!
Please enter your name here