ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦୀର୍ଘ ଦୁଇ ବର୍ଷ ପରେ ବିହାର ର ରାଜଧାନୀ ପାଟନାରୁ ଜନ୍ମମାଟି ଢେଙ୍କାନାଳ ଫେରିବ ଢେଙ୍କାନାଳ ମାଟିର ନିଖୋଜ ପୁଅ ଅଶୋକ ।
କଥାରେ ଅଛି “ଯାହାକୁ ରଖିବେ ଅନନ୍ତ, କି କରି ପାରେ ବଳବନ୍ତ” ତାହାର ଜ୍ୱଳନ୍ତ ପ୍ରମାଣ ମିଳିଛି, ନିରୁଦ୍ଧିଷ୍ଟ ଅଶୋକ ଙ୍କ ପାଇଁ ଦେବଦୂତ ସାଜିଲେ ବିହାର ରାଜ୍ୟ ପାଟନା ର ସରକାରୀ ମୁଖ୍ୟ ଚିକିତ୍ସାଳୟରେ ମାନସିକ ରୋଗୀ ମାନଙ୍କ ସେବାରେ ନିଜକୁ ନିୟୋଜିତ କରିଥିବା ଆମ ଓଡ଼ିଶା ମାଟିର ବାରିପଦା ଜିଲ୍ଲାର ପୁଅ ଜୟପାଲ ମାଝୀ ।
ଢେଙ୍କାନାଳ ହାଟରୋଡ଼ ର ପୂର୍ଣ୍ଣଚନ୍ଦ୍ର ନାଏକ ଓ ପ୍ରତିମା ନାଏକଙ୍କ ମାନସିକ ରୋଗ ରେ ଆକ୍ରାନ୍ତ ଥିବା ହଜିଲା ପୁଅ ଅଶୋକ ନାଏକଙ୍କୁ ଠାବ କରିବାର ମାଧ୍ୟମ ପାଲଟିଲା h2s2 ଅନୁଷ୍ଠାନର SOCIAL MEDIA ପ୍ଲାଟଫର୍ମ । ଅଶୋକଙ୍କୁ ଉଦ୍ଧାର କରି ଘରକୁ ଫରାଇ ଆଣିବା ପାଇଁ ନିଜସ୍ୱ ପ୍ରୟାସ ବଳରେ ବିହାର ଅଭିମୁଖେ ଯାତ୍ରା ଆରମ୍ଭ କରିବା ସହ ଅସହାୟ ପରିବାର ର ଆଶା ବାଡ଼ି ସାଜିଲା ଢେଙ୍କାନାଳ ଜିଲ୍ଲାର ଅଗ୍ରଣୀ ଯୁବ ଅନୁଷ୍ଠାନ h2s2 । ଏହି ପ୍ରୟାସ ଏକ ମିଳିତ ଉଦ୍ୟମରେ ଆଜି ଲକ୍ଷ ସ୍ଥଳରେ ପହଞ୍ଚିବାକୁ ଯାଉଛି । ଏହି ପ୍ରୟାସ ରେ ସହଯୋଗର ହାତ ବଢାଇଛନ୍ତି ଆଞ୍ଚଳିକ ସେବା ସଂଗଠନ ଗନ୍ଦିଆ ର ସଦସ୍ୟ ।