ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ସରକାରୀ ମହେନ୍ଦ୍ର ଗିରି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଶିକ୍ଷକ ଶିକ୍ଷା ନିର୍ଦ୍ଦେଶାଳୟ , ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି l ପିଡି , ଡି.ଆ. ର. ଡ଼ି. ଏ ଗଜପତି ମହେଶ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଦର୍ଶନୀ ର ଉଦଘାଟନ କରି ଛାତ୍ରୀ / ଛାତ୍ର ଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତାଧାରା ଉଦ୍ରେକ କରିବା ପାଇଁ ଏହି ଭଳି ବିଜ୍ଞାନ ମେଳା ର ଆବଶ୍ୟକ ରହିଛି ବୋଲି କହିଥିଲେ . ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ କୁମାର ନାୟକ ସଭାପତିତ୍ୱ କରି ଶିକ୍ଷା ର ବିକାଶ ବିଜ୍ଞାନ ବିନା ଅସମ୍ଭବ ବୋଲି କହିଥିଲେ . ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ ବିଜ୍ଞାନ ମେଳା ର ଉଦ୍ଦେଶ୍ୟ ଜ୍ଞାପନ କରି ଜିଲ୍ଲା ର ସାତଟି ବ୍ଲକ ରୁ ପୂର୍ଵ ରୁ ମନୋନୀତ ହୋଇଥିବା ଟେକ୍ନୋଲୋଜି ଓ toy ମୁଖ୍ୟ ବିଷୟ ଉପରେ ଆଧାରିତ 37 ଟି ପ୍ରକଳ୍ପକୂ ପ୍ରକଳ୍ପକାରି ସେମାନଙ୍କ ସହାୟକ ଶିକ୍ଷକ / ଶିକ୍ଷୟତ୍ରୀ ମାନଙ୍କ ସହ ଅଂଶ ଗ୍ରହଣ କରିଥିବା କହିଛନ୍ତି ଅନ୍ୟ ମାନଙ୍କ ମଧ୍ୟରେ ସୁକାନ୍ତ କୁମାର ବେହେରା,ଏସ . କେ. ସି. ଜି.ସ୍ୱଇଂ ଚଳିତ ମହାବିଦ୍ୟାଳୟ ର ପଦାର୍ଥ ବିଜ୍ଞାନ ସହକାରୀ ପ୍ରଫେସର ଓ ମହିଳା ମହାବିଦ୍ୟାଳୟ ର ଉଦ୍ଭିଦ ବିଜ୍ଞାନ ଅଧ୍ୟାପିକା ଅନିତା କୁମାରୀ ପାଢ଼ୀ ବିଚାରକ ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ ସ୍ୱାଗତ କରିଥିଲେ , ବିଚିତ୍ରାନନ୍ଦ ଵେବର୍ତ୍ତା ସଂଯୋଜନା କରିଥିଲେ . ଉଦଯାପନୀ ଉତ୍ସବରେ ବାଳକୃଷ୍ଣ ମାଝୀ, ସସ୍ମିତା ଗନ୍ତାୟତ, ଭଗବତ ପାଢ଼ୀ, ବିଜ୍ଞାନ ନିରୀକ୍ଷକ, ବିଚାରକ ଓ ପ୍ରଧାନ ଶିକ୍ଷକ ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଥିବା 5 ଟି ପ୍ରକଳ୍ପ କାରୀଙ୍କୁ ପ୍ରମାଣ ପାତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ . ସେମାନେ ହେଲେ ଆଶୁତୋଷ ପାଢ଼ୀ, ମହାରାଜଙ୍କ ଉଚ୍ଚ ବିଦ୍ୟାଳୟ , ପାରଳାଖେମୁଣ୍ଡି, ସଫିନା ମାଝୀ, ସରକାରୀ ଉନିତ ଉଚ୍ଚ ବିଦ୍ୟାଳୟ, ଗରଡ଼ମା, ଫିନସ ଶବର, ଏନ. ଏମ. ଉଚ୍ଚ ବିଦ୍ୟାଳୟ, ନାରାୟଣପୁର, ଶ୍ରବଣ କୁମାର ଶବର, ଉନିତ ଉଚ୍ଚ ବିଦ୍ୟାଳୟ, ତାଳମୁଣ୍ଡା ଓ ପ୍ରଶାନ୍ତ ଶବର ଆଦିବାସୀ ଉଚ୍ଚ ବିଦ୍ୟାଳୟ, ଲୁହଗୁଡି . କାର୍ଯ୍ୟକ୍ରମ କୁ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ପରିଚାଳନା କରିଥିବା ବେଳେ ଭି. କୁରମୁ ନାଦମ ଓ ବିଦ୍ୟାଳୟ ର ଛାତ୍ରୀ ମାନେ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ .
ଗଜପତି ଜିଲ୍ଲା ସ୍ତରୀୟ ବିଜ୍ଞାନ, ଗଣିତ ଓ ପରିବେଶ ପ୍ରଦର୍ଶନୀ ଅନୁଷ୍ଠିତ !!!

