ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବିଜେପି ତରଫରୁ ବ୍ଲକ ଘେରାଉ : ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ !!

0
184

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେପି ଦଳ ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ଜରିଆରେ ରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଉଚିତ ହିତାଧିକାରୀଙ୍କୁ ନ ମିଳିବାନେଇ ବିଜେପି କର୍ମୀ ନାରାବାଜି କରିଥିଲେ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ ଆଗାମି ଦିନରେ ଦଳ ରାଜରାସ୍ତା କୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ପ୍ରକାଶ କରିଛନ୍ତି ।

ଏହି ବ୍ଳକ ଘେରାଓ ରେ ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କୁସୁମୀ ପ୍ରଧାନ,ମଣ୍ଡଳ ସଭାପତି ଦିବାକର ସାହୁ, ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ, ରାମାନନ୍ଦ ଘଡେଇ, ସୁରେନ୍ଦ୍ର କୁମାର ପାତ୍ର, ସୁଷମା ସାହୁଙ୍କ ସମେତ ବହୁ କର୍ମି ଯୋଗ ଦେଇଥିଲେ । କରୋନା କଟକଣାକୁ ମାନି ଘେରାଓ କରିବା ସହିତ ବାଲିଗୁଡା ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା |

LEAVE A REPLY

Please enter your comment!
Please enter your name here