ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦୁଷ୍କର୍ମ ପୀଡ଼ିତାଙ୍କୁ ଉଚିତ ନ୍ୟାୟ ପାଇଁ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ଦରଖାସ୍ତ . ଢେଙ୍କାନାଳ ସଦର ବ୍ଲକ ଅନ୍ତର୍ଗତ ତଲବରକୋଟ ଗ୍ରାମର ଜନୈକ ନାବାଳିକା ଶୌଚ କାର୍ଯ୍ୟ ପାଇଁ ସଂଧ୍ୟା ସମୟରେ ବାହାରକୁ ଯାଇଥିବା ସମୟରେ କୁ ଉକ୍ତ ଗ୍ରାମର ଚିକୁ ନାଏକ ତାକୁ ନିକଟସ୍ଥ ବଗିଚାକୁ ଟେକି ନେଇ ଦୁଷ୍କର୍ମ କରିଥିଲା । ଘଟଣା ବିଷୟରେ ବାହାରେ କାହାକୁ କହିଲେ ତାକୁ ଜୀବନରେ ମାରିଦେବ ବୋଲି କହି ତାକୁ ସେଇ ସ୍ଥାନରେ ଫିଙ୍ଗିଦେଇ ଆସିଥିଲା । ଘରଲୋକ ଝିଅକୁ ଖୋଜି ପାଇଲା ପରେ ତା ଠାରୁ ଏବିଷୟରେ ଜାଣିବାକୁ ପାଇଲେ ।
ପରିବାର ଲୋକ ଘଟଣା ସମ୍ପର୍କରେ ଜାଣି ପଚାରିବାରୁ ତାଙ୍କ ଘରକୁ ଜାଳିଦେବ ବୋଲି ଧମକ ଦେବା ସହ ତାଙ୍କୁ ଜାତିଆଣ ପାଣ ବୋଲି ଇଙ୍ଗିତ କରି ଗାଳି ଦେଇଥିବା କଥା ଅଭିଯୋଗ କରିଛନ୍ତି ପୀଡ଼ିତାଙ୍କ ପରିବାର ଲୋକେ . ଏ ସମ୍ପର୍କରେ ପୀଡ଼ିତାଙ୍କ ପରିବାର ଲୋକେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଏକ ଲିଖିତ ଅଭିଯୋଗ କରିଛନ୍ତି । ଏହା ପୂର୍ବରୁ ସେମାନେ ଗୋବିନ୍ଦପୁର ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ, ଫାଣ୍ଡି ଅଧିକାରୀ ସେମାନଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରି ଅଭିଯୋଗ ନ ରଖି ଫେରାଇ ଦେଇଥିଲେ । ତେଣୁ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଏ ବିଷୟକୁ ଗୁରୁତର ଭାବେ ନେବା ସହ ଦୋଷୀକୁ ଉଚିତ ଦଣ୍ଡ ଏବଂ ତାଙ୍କ ଝିଅକୁ ଉଚିତ ନ୍ୟାୟ ପ୍ରଦାନ କରିବାକୁ ଦାବି କରି ଆଜି ଏହି ଦରଖାସ୍ତ ପ୍ରଦାନ କରିଛନ୍ତି ।