ଅନୁଗୋଳ ଜିଲ୍ଲା ୱେବ ମିଡ଼ିଆ ମହାସଂଘ ପକ୍ଷରୁ ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲାର ଆଠ ଗୋଟି ବ୍ଳକରେ କାର୍ଯ୍ୟରତ ୱେବ ମିଡ଼ିଆ ସାମ୍ବାଦିକ ମାନଙ୍କୁ ନେଇ ସ୍ଥାନୀୟ କୁରୁଡୋଲ ହନୁମାନ ବାଟିକା ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଆଠଟି ବ୍ଲକର ୱେବ୍ ମିଡ଼ିଆ ବନ୍ଧୁ ମାନଙ୍କ ସମର୍ଥନରେ ମହାସଂଘ ଗଠନ ହୋଇଅଛି । ଏହି ମହାସଂଘ ନାମ ସର୍ବ ସମ୍ମତି କ୍ରମେ ଅନୁଗୋଳ ଜିଲ୍ଲା ୱେବ୍ ମିଡ଼ିଆ ମହାସଂଘ ନାମିତ କରାଯାଇଛି । ଆୟୋଜିତ ବୈଠକରେ ନିମ୍ନ ଲିଖିତ ଜିଲ୍ଲା କମିଟି ପଦାଧିକାରୀ ଙ୍କ ନାମ ସଂଘ ପକ୍ଷରୁ ଘୋଷଣା କରାଗଲା । ଜିଲ୍ଲା ସଭାପତି ରୂପେ ଶଶାଙ୍କ ଶେଖର ସାମଲ, ଉପ-ସଭାପତି ରୂପେ ଦିଲ୍ଲୀପ କୁମାର ନାଏକ, ସମ୍ପାଦକ ରୂପେ ବିଭୁତି ଭୂଷଣ ପ୍ରଧାନ, କୋଷାଧ୍ୟକ୍ଷ ରୂପେ ପ୍ରେମାନନ୍ଦ ନାଏକ, ଉପଦେଷ୍ଟା ରୂପେ ରାକେଶ କୁମାର ସାମଲ, କାର୍ଯ୍ୟକାରୀ ସଭାପତି ତଥା ଆଇଟି ସେଲର ଅଧ୍ୟକ୍ଷ ରୂପେ ନିପୁ ଭୂତିଆ , ସହ ସମ୍ପାଦକ ରୂପେ ସତ୍ୟପ୍ରକାଶ ସାହୁ, କାର୍ଯ୍ୟକାରୀ କୋଷାଧ୍ୟକ୍ଷ ରୂପେ ନିହାର ରଞ୍ଜନ ପଟ୍ଟନାୟକ ଏବଂ ସମନ୍ୱୟକାରୀ ରୂପେ କିଶୋର କୁମାର ଭୂତିଆ ନାମ ଚୟନ କରାଗଲା । ସମସ୍ତ କମିଟି କର୍ମକର୍ତ୍ତାଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା । ଶେଷରେ ରାଜେଶ ପାତ୍ର ଧନ୍ୟବାଦ ଅର୍ପଣ କରି ବୈଠକକୁ ସମାପନ କଲେ । ଏହି ବୈଠକରେ ଆୟୋଜକ ସୁଧାକର ସାହୁ, ଜିତେନ ସାହୁ, ରତି ରଞ୍ଜନ ସ୍ୱାଇଁ , ବାଦଲ ନାଏକ, ଶଂସାଙ୍କ ସାହୁ, ରୁଦ୍ର ମୋହନ ସାହୁ, ସୁମନ୍ତ ଦଳ ବେହେରା ପ୍ରମୁଖ ସହଯୋଗ କରିଥିଲେ । ପ୍ରକାଶ ଥାଉକି ଜିଲ୍ଲାର ଆଠଟି ବ୍ଲକର ୮୨ ଜଣ ୱେବ୍ ମିଡ଼ିଆ ସାମ୍ବାଦିକ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *