ସମାଜସେବୀ ପ୍ରଣବ ନନ୍ଦଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କେସିଙ୍ଗା ଉତ୍କଳ ଟ୍ରକ ମାଲିକ ସଂଘର ସଭ୍ୟ ପ୍ରଣବ ନନ୍ଦଙ୍କ ଦ୍ଵାଦଶାହ ଅବସରରେ ଶ୍ରଦ୍ଧାଞ୍ଜଳି ସଭାର ଆୟଜନ କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ କେସିଙ୍ଗା ମୁନିସିପାଲିଟି ଚେୟରମ୍ୟାନ୍ ରୁପରାଜ୍ ଯାଦବ, ପିତା ଚନ୍ଦ୍ରମଣି ନନ୍ଦ, ରବୀନ୍ଦ୍ର ଧଳ, ପ୍ରମୋଦ ଦାସ, ଜୟନ୍ତ ଜେନା, ପର୍ଶୁରାମ ପାଢ଼ୀ, ଶିକ୍ଷାବିତ ଶଶିକାନ୍ତ ଶତପଥୀ, ବିକ୍ରମଦେବ ସାହୁ, ଅକ୍ଷୟ ବେହେରା, ପ୍ରଦୀପ ରଥ, ଦିଗମ୍ବର ସାହୁ, ରାମଚନ୍ଦ୍ର ସାହା, ନାଚିକା ପଞ୍ଚାୟତର ପୂର୍ବତନ ସରପଞ୍ଚ ଦିଲୀପ ସାହୁ, ନବ ନିର୍ବାଚିତ ସରପଞ୍ଚ ଚାନ୍ଦିନୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ନମିତାରାଣି ସାହୁ, ଆଇନଜୀବୀ ସୂର୍ଯ୍ୟ ଦାସ, ଦିବାକର ପାଲ୍, ପ୍ରସନ୍ନ ଲେଙ୍କା, ମାମୁଁ ଉପେନ୍ଦ୍ର ନାଥ ମିଶ୍ର, ଶିକ୍ଷାବିତ ପ୍ରଭାସ ନନ୍ଦ, ରମେଶ ବେହେରା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ . ପ୍ରଣବ ନନ୍ଦ ଜଣେ ସାହସୀ ମେଳାପି, ଭଦ୍ର, ପରୋପକରୀ ବ୍ୟକ୍ତିତ୍ଵ ବୋଲି ସମସ୍ତେ କହିଥିଲେ । ଶେଷରେ ତାଙ୍କ ପିତାମାତା ଓ ସହଧର୍ମିଣୀଙ୍କୁ ଆଶ୍ୱାସନା ଦେବା ସହ ଭାଗବାନଙ୍କ ନିର୍ଦ୍ଦେଶକୁ କିଏ ଅମାନ୍ୟ କରିବ ବୋଲି କହିଥିଲେ ଓ ତାଙ୍କର ଆତ୍ମର ସଦଗତି ନିମନ୍ତେ ଭଗବାନ ନିକଟରେ ପ୍ରାର୍ଥନା କରିଥିଲେ ।

Leave a Reply

Your email address will not be published. Required fields are marked *