କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଞ୍ଚଳର ଅଗ୍ରଣୀ ସାଂସ୍କୃତିକ ସଂଗଠନ ସରସ୍ଵତୀ କଳା ପରିଷଦ କନ୍ଦରପୁର ପକ୍ଷରୁ କଟକ ସଦର ବ୍ଲକ ଅଧ୍ୟକ୍ଷା ବିଷ୍ନୁପ୍ରିୟା ରାଉତ, କଟକ ସଦର ୫ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ୍ତ ମହଳିଙ୍କ ମା ପାର୍ବତୀ ମହାଳି, ସରସ୍ୱତୀ କଳା ପରିଷଦ ସହ ସଂପାଦକ ସାମ୍ବାଦିକ ପ୍ରଭାତ ମଲ୍ଲିକଙ୍କ ମା ବେଙ୍ଗଲତା ମଲ୍ଲିକ ଆଦି ତ୍ରୟ ମହିୟସୀ ଧର୍ମପ୍ରାଣା ମହିଳାଙ୍କ ବିୟୋଗରେ ସମୂହ ଶ୍ରଦ୍ଧାଞ୍ଜଳି ସଭା ପରିଷଦ କଳାବିହାର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଂପାଦକ ଆଶୋକ ପଟ୍ଟନାୟକ, ସଭାପତି ପ୍ରତିଭା ଶତପଥୀ, ଆୟତ୍ତପୁର ପଞ୍ଚାୟତ ସରପଂଚ ରାକେଶ ବେହେରା, ଉପ ସଭାପତି ପ୍ରଫୁଲ୍ଲ ଦାସ, କଳାକାର ଦୈତାରି ପ୍ରଧାନ, କରୋନା ଯୋଦ୍ଧା ଅଭିରାମ ସାହୁ, ଉପଦେଷ୍ଟା ରଶ୍ମିକାନ୍ତ ଶତପଥୀ, ସଂଯୋଜକ ସାମ୍ବାଦିକ ଚକ୍ରବର୍ତ୍ତୀ, ଇଂ.ଅମିୟ ପଟ୍ଟନାୟକ, ଇଂ.ସେବକ ଶ୍ରୀକାନ୍ତ, କଣ୍ଠଶିଳ୍ପୀ ରଞ୍ଜନ ଜେନା, ଇଂ.ମନୋରଞ୍ଜନ ସାହୁ, ସତ୍ୟବ୍ରତ ଭୋଇ, ଅର୍ପିତା ରାଉତ, ପ୍ରିୟାଂଶୀ ସାହୁ, ଶୁଭାକାଂକ୍ଷୀ ଭୋଇ ସରସ୍ଵତୀ ସଙ୍ଗୀତ ବିଦ୍ୟାଳୟର ଛାତ୍ର ଛାତ୍ରୀ, ଅଭିଭାବକ ଅଭିଭାବିକା ପ୍ରମୁଖ ଉପସ୍ଥିତ ରହି ସ୍ମୃତି ଚାରଣ କରିଥିଲେ ।
ତିନି ମାତୃଶକ୍ତିଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଲା ସରସ୍ଵତୀ କଳା ପରିଷଦ !!!

