ନୟାଗଡ ରେ ରାଜ୍ୟ ସ୍ତରୀୟ ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ ଉତ୍ସବ ପାଳନ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ବିଶ୍ଵ ହାସ୍ୟ ଦିବସ ଅବସରରେ ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ତରଫରୁ ସ୍ଥାନୀୟ ଜଗନ୍ନାଥ ମନ୍ଦିର ଯଦୁମଣି ମଣ୍ଡପ ଠାରେ ରାଜ୍ୟ ସ୍ତରୀୟ ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ ଉତ୍ସବ ପାଳନ କରାଯାଇଛି । ନୟାଗଡ଼ ଜିଲ୍ଲା ସାହିତ୍ୟ ସଂସ୍କୃତି ବିକାଶ ମଞ୍ଚ ର ସଭାପତି ପ୍ରମୋଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବର ପ୍ରଥମ ସୋପାନ ରେ ମୁଖ୍ୟ ଅତିଥି ଭାବେ ଯଶସ୍ବୀ ସାହିତ୍ୟିକ ଦାଶ ବେନହୁର ଯୋଗଦେଇ ଯଦୁମଣି ଙ୍କ ଜୀବନୀ ଏବଂ କାବ୍ୟ କବିତାକୁ କିପରି ବିଶ୍ଵ ଦରବାରରେ ପହଞ୍ଚା ଯାଇ ପାରିବ ସେ ଦିଗରେ ଆମକୁ ଧ୍ୟାନ ଦେବା ଉଚିତ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ନୟାଗଡ଼ ମ୍ୟୁନିସିପାଲଟି ଅଧ୍ୟକ୍ଷା ଶ୍ରୀମତୀ ନିରୁପମା ଖଟେଇ ଯୋଗଦେଇ ଶ୍ରମିକ ଦିବସ ଅବସରରେ ସମସ୍ତ ଙ୍କୁ ସ୍ଵାଗତ କରିବା ସହ ହାସ୍ୟ ଦିବସ ଉପଲକ୍ଷେ ଯଦୁମଣି ଙ୍କ ଲାଗି ନୟାଗଡ ବାସୀ ଗର୍ବିତ ଏବଂ ନୟାଗଡ଼ ମାଟିର କଳା ,ସାହିତ୍ୟ ସଂସ୍କୃତି ସମ୍ପର୍କରେ ନିଜର ମତ ପ୍ରକାଶ କରିଥିଲେ ।

ଏହି ଉତ୍ସବ ରେ ମନୋରଞ୍ଜନ ସାହୁ ( ମନ ମାଷ୍ଟ୍ରେ )ଙ୍କୁ ଉତ୍କଳ ଘଣ୍ଟ ହାସ୍ୟ ରସିକ ଉପାୟନ ସମ୍ମାନ ପ୍ରଦାନ କରାଯିବା ସହ ୨୧ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯାଇଥିଲା । ପ୍ରଥମ ସୋପାନ ରେ ମଞ୍ଚ ର ସମ୍ପାଦକ ନିର୍ମଳ ଚନ୍ଦ୍ର ଶୁରଦେଓ ଆମନ୍ତ୍ରିତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ଦ୍ଵିତୀୟ ସୋପାନ ରେ ଓଡ଼ିଶା ର ସୁନାମଧନ୍ୟ ବ୍ୟଙ୍ଗ କବି ଜ୍ଞାନ ହୋତା, ବ୍ୟଙ୍ଗକବି ସତ୍ୟାନ୍ୟାସ , ବୋଲଗଡ଼ ଏକ୍ସପ୍ରେସ , ରବିନ୍ଦ୍ର, ଆର୍ତ୍ତତ୍ରାଣ, ବାଳକୃଷ୍ଣ, ବିଭୁ ହୋତା, ଡଃ. କୁଳାଙ୍ଗାର, ଡ. ଉମାକାନ୍ତ ଙ୍କୁ ନେଇ ଏକ ହାସ୍ୟ ଦରବାର ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ରେ କବିମାନେ ନିଜର ବ୍ୟଙ୍ଗ କବିତା ଦ୍ଵାରା ଦର୍ଶକ ମାନଙ୍କ ମନୋରଞ୍ଜନ କରିଥିଲେ । ପରିଶେଷରେ ଜିଲ୍ଲା ସାହିତ୍ୟ ସଂସ୍କୃତି ମଞ୍ଚ ର ସଭ୍ୟ ସେଖ୍ ଅବଦୁଲ ଖାଲ୍ଲିକ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *