ରାଜ୍ୟ ଟିମ ଦ୍ୱାରା ହନୁମାନଙ୍କ ଆକାରର ପଥର ଠାବ ହେଲା : ଜନ ସାଧାରଣ ଓ ପର୍ଯ୍ୟଟକଙ୍କ ଭିଡ଼ !!!

Spread the love

କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି । ଦାରିଙ୍ଗବାଡ଼ି ଯିଏ ଆସୁଛି ସିଏ କଫି ବଗିଚା ସହ ଏହି ଜଳପ୍ରପାତକୁ ନିଶ୍ଚିତ ବୁଲିବାକୁ ପସନ୍ଦ କରନ୍ତି । ଗୁରୁବାର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ଏକ ଟିମ୍‌ ମିଡ଼ିୟୁବାନ୍ଦା ଜଳପ୍ରପାତର ବିକାଶ ପାଇଁ ସେଠାରେ ପହଞ୍ଚିଥିଲେ । ସେହି ଅଞ୍ଚଳ ବୁଲିବା ସମୟରେ ଏକ ବିଶାଳକାୟ ପଥର ଦେଖିବାକୁ ମିଳିଥିଲା। ଯାହାକି ଅବିକଳ ହନୁମାନଙ୍କ ଆକାରର ପଥର ରହିଛି। ଏହା ଦେଖି ରାଜ୍ୟ ଟିମ୍‌ ଏହାର ଫଟୋ ଉତ୍ତୋଳନ କରି ନେଇଛନ୍ତି । ଏହାକୁ ଅଧିକ ଯାଞ୍ଚ କରାଯିବ ବୋଲି ବିଡିଓ ପାତ୍ର କହିଛନ୍ତି । ଯଦି କିଛି ପୁରୁଣା ପଥର ମୂର୍ତ୍ତି ହୋଇଥାଏ । ତେବେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ଦ୍ୱିଗୁଣିତ ହୋଇଯିବ ବୋଲି ସ୍ଥାନୀୟ ଅଞ୍ଚଳରେ କୁହାଯାଉଛି । ଦାରିଙ୍ଗବାଡ଼ିର ଏହି ମିଡ଼ିୟୁବାନ୍ଦା ଜଳପ୍ରପାତ ସମ୍ପର୍କିତ ଏକ ଭିଡିଓ ମଧ୍ୟ ପୂର୍ବରୁ ଭାଇରାଲ ହୋଇଥିଲା ଯେ, ଜଣେ ଋଷି ଉକ୍ତ ଭିଡିଓ ମାଧ୍ୟମରେ କହିଥିଲେ ଯେ, ଓଡ଼ିଶାର କନ୍ଧମାଳ ଜିଲାର ଏହି ଜଳପ୍ରପାତ ଏକ ଦେବ ଭୂମି । ତେବେ ଏହି ଭାଇରାଲ ଭିଡିଓ ସହ ଏବେ ଏହି ପଥର ଅବିକଳ ହନୁମାନଙ୍କ ଭଳି ଆକାର ରହିଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆସ୍ଥା ପ୍ରକଟ ହୋଇପାରିଛି । ଏଭଳି ହନୁମାନ ଆକାରର ପଥର ଚିହ୍ନଟ କରିଥିବାରୁ ସ୍ଥାନୀୟ ଲୋକ ପ୍ରଶାସନକୁ ସାଧୁବାଦ ଦେବା ସହ ସେଠାକୁ ଅଞ୍ଚଳ ବାସିନ୍ଦା ଓ ପର୍ଯ୍ୟଟକ ମାନଙ୍କ ସୁଅ ଛୁଟିବାରେ ଲାଗିଛି ।

Leave a Reply

Your email address will not be published. Required fields are marked *