ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ଜିଲ୍ଲା ସ୍ତରୀୟ 5 T ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ଦକ୍ଷତା ବିକାଶ ତାର ନେତୃତ୍ୱ ସହିତ ଡିଜିଟାଲ କୌଶଳ ଉପରେ ସ୍ୱତନ୍ତ୍ର ୫ ଦିନିଆ ତାଲିମ ଶିବିର . ଯୋଗଦେଲେ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ . କଟକ ଜିଲ୍ଲା ବାଙ୍କୀ ବରେନ୍ଦ୍ର କୃଷ୍ଣ ବିଦ୍ୟାପୀଠ ଠାରେ ଆରମ୍ଭ ହୋଇଗଲା 5T ଅନ୍ତର୍ଗତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକଙ୍କ ଦକ୍ଷତା ବୃଦ୍ଧି ଓ ନେତୃତ୍ୱ ବିକାଶକୁ ନେଇ ସ୍ୱତନ୍ତ୍ର ଜିଲ୍ଲା ସ୍ତରୀୟ ପ୍ରଶିକ୍ଷଣ ଶିବିର . ଯୋଗଦେଲେ କଟକ ଜିଲ୍ଲା ଅତିରିକ୍ତ ଶିକ୍ଷା ଅଧିକାରୀ ସୋନାମିକା ରାୟ . ଦିପ୍ତିମୟୀ ଶୁଭଦର୍ଶିନୀ. ଏହି ପ୍ରଶିକ୍ଷଣ ଶିବିର ୫ ଦିନ ଧରି ଚାଲୁ ରହିବ ବୋଲି ବ୍ଲକ ଶିକ୍ଷା ଅଧିକାରୀ ନରେନ୍ଦ୍ର କୁମାର ବେହେରା ସୂଚନା ଦେଇଛନ୍ତି . ପ୍ରଶିକ୍ଷଣ ଶିବର ର ମୁଖ୍ୟ ଆଭିମୁଖ୍ୟ ରହିଛି ସ୍ମାଟ କ୍ଲାସ ରୁମ ରେ କିପରି ଡିଜିଟାଲ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କୁ ଶିକ୍ଷା ପ୍ରଦାନ କରାଯାଇ ପାରିବ , ସେ ନେଇ ଦିଆଯାଇଛି ସ୍ୱତନ୍ତ୍ର ତାଲିମ .ଏହି ତାଲିମ ଶିବରରେ ବାଙ୍କୀ ବ୍ଲକ ର 5 T ଅଧୀନରେ ରହିଥିବା ୮ ଟି ସ୍ମାଟ ବିଦ୍ୟାଳୟର ମୋଟ ୩୭ ଜଣ ପ୍ରଧାନ ଶିକ୍ଷକ ଓ ସହକାରୀ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଛନ୍ତି . ଏହି ପ୍ରଶିକ୍ଷଣ ଶିବିରରେ ସ୍ୱତନ୍ତ୍ର ତାଲିମ ଦେବା ପାଈଁ ପ୍ରଶିକ୍ଷକ ଭାବେ ନିୟୋଜିତ ରହିଛନ୍ତି ସନ୍ତୋଷ କୁମାର ସେଠି .
ଶିକ୍ଷକଙ୍କ ଦକ୍ଷତା ବିକାଶ ଏବଂ ଡିଜିଟାଲ କୌଶଳ ଉପରେ ସ୍ୱତନ୍ତ୍ର ୫ ଦିନିଆ ତାଲିମ ଶିବିର !!!

