କ୍ଲଷ୍ଟର ସ୍ତରୀୟ ସୁରଭି 2024 ଅନୁଷ୍ଠିତ !!!

0
127
Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ର ଗିରି ପୋୖର ପରିଷଦ ହାଇସ୍କୁଲ ପରିସରରେ କ୍ଲଷ୍ଟର ସ୍ତରୀୟ ସୁରଭି 2024 କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କାଉନସିଲର ବାଳକୃଷ୍ଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରିବନ କାଟି ଶୁଭ ଉଦଘାଟନ କରିଥିଲେ ! କାର୍ଯ୍ୟକ୍ରମରେ ସହରର ସମସ୍ତ ସ୍କୁଲର ଛାତ୍ରଛାତ୍ରୀ ଓ ଗାଇଡ଼ ଶିକ୍ଷକ ଶିକ୍ଷୟିତ୍ରୀ ଯୋଗ ଦେଇଥିଲେ । ଅନ୍ୟତମ ଅତିଥି ଭାବେ ସ୍କୁଲର ପ୍ରଧାନ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ଭଗବତ ପାଢ଼ୀ, ବିଚିତ୍ରାନନ୍ଦ ବେବର୍ତ୍ତା, କାଉନସିଲର ବାବୁନା ବେହେରା, ସି. ଆର .ସି ଉମା ପତି ପ୍ରମୁଖ ମଞ୍ଚାସିନ ଥିଲେ । କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହେଲା ଛାତ୍ରଛାତ୍ରୀଙ୍କ ଲୁକ୍କାୟିତ ପ୍ରତିଭାକୁ ପ୍ରସ୍ଫୁଟିତ କରିବା । ଛାତ୍ର ଛାତ୍ରୀଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଚିତ୍ରାଙ୍କନ, ରଚନା, ପ୍ରବନ୍ଧ , ବକୃତା, କୁଇଜ ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମରେ ଯୋଗଦାନ କରିବେ । ଏହି କାର୍ଯ୍ୟକ୍ରମରେ ବହୁ ଶିକ୍ଷକ ଶିକ୍ଷୟିତ୍ରୀ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here