ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମ !!!

0
62
Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ କାର୍ଯ୍ୟକ୍ରମ ! କଳିଙ୍ଗବିହାର k-9 ଅଞ୍ଚଳ ରେ ପାଳିତ ହୋଇଯାଇଛି ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ l ପ୍ରତି ବର୍ଷ ଅକ୍ଟୋବର ମାସ ଏକ ତାରିଖ ରେ ଏହି ଦିବସ ପାଳନ କରାଯାଏ l ଏହି କାର୍ଯ୍ୟକ୍ରମ ରେ ଶତାଧିକ ବରିଷ୍ଠ ନାଗରିକ ଏକତ୍ରିତ ହୋଇଥିଲେ l ସ୍ଥାନୀୟ ଶିବ ମନ୍ଦିର ଠାରୁ ଏକ ରାଲି ରେ ଯାଇ ଅଞ୍ଚଳ ରେ ସଚେତନତା ବାର୍ତା ବାଣ୍ଟିଥିଲେ l ଯେଉଁ ବରିଷ୍ଠ ନାଗରିକ ମାନେ ଅସହାୟ , ବିଦେଶରେ ଯାହାର ସନ୍ତାନ ମାନେ ରହୁଛନ୍ତି ଏବଂ ଏକାକି ଜୀବନ ବିତାଉଥିବା ବାପା ମା ଙ୍କୁ ସହାୟତା ଯୋଗାଇବା ପାଇଁ ବରିଷ୍ଠ ନାଗରିକ ମନଙ୍କ ପକ୍ଷ ରୁ ବାର୍ତା ଦିଆଯାଇଥିଲା l କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ କର୍ପୋରେଟର ଶମ୍ଭୁ ପାଟଶାଣୀ ଯୋଗ ଦେଇଥିଲେ l

LEAVE A REPLY

Please enter your comment!
Please enter your name here