ଚଢ଼ାଉ ସମୟରେ ପୋଲିସ ଉପରକୁ ଗୁଳି ଚଳାଇଲେ ଲୁଟେରା ଗ୍ୟାଙ୍ଗ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲାରେ ଦିନକୁ ଦିନ ଧଳା ଜହର କାରବାର , ଚୋରି ଡକାୟତି ବଢ଼ିବାରେ ଲାଗିଥିବା ବେଳେ ଶରଣକୁଳ ପୋଲିସ କୁ ମିଳିଛି ବଡ଼ ସଫଳତା । ନୟାଗଡ଼ ଏସ୍ପି ଅଲେଖ ଚନ୍ଦ୍ର ପହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ପୋଲିସ ଏକ ଲୁଟେରା ଗ୍ୟାଙ୍ଗ କୁ ଧରିବାରେ ସଫଳ ହୋଇଛି । ଏସ୍ପି ଶ୍ରୀଯୁକ୍ତ ପହିଙ୍କ ନିର୍ଦ୍ଦେଶ କ୍ରମେ ଶରଣକୁଳ ଆଇଆଇସି ଜୟଦିପ ମହାନ୍ତି ଙ୍କ ନେତୃତ୍ବରେ ଏକ ବଡଧରଣର ଲୁଟ କରିବା ପାଇଁ ଯୋଜନା କରିଥିବା ଏକ ଗ୍ୟାଙ୍ଗ ଉପରେ ପୋଲିସ ଚଢାଉ କରିଥିଲା । ଚଢ଼ାଉ ସମୟରେ ଲୁଟେରା ଗ୍ୟାଙ୍ଗ ପୋଲିସ ଉପରକୁ ମଧ୍ୟ ଗୁଳି ଚଳାଇଥିଲା । ଏହି ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହିତ ଗୋଟିଏ ଦେଶୀ ବନ୍ଧୁକ, ଚାରୋଟି ମୋଟର ସାଇକେଲ, ତିନୋଟି ମୋବାଇଲ ଜବତ କରିଛି । ଗିରଫ ହୋଇଥିବା ଲୁଟେରା ମାନେ ହେଲେ ଖଇରପଟି ଗ୍ରାମର ରମେଶ ବେହେରା ଓରଫ୍ ବାଇନ, ଚାନ୍ଦପୁର ଦାଣ୍ଡ ସାହିର ସୋମନାଥ ସାହୁ ଓରଫ୍ କାହ୍ନା, ଗୋଡିପଡା ଫାଣ୍ଡି କଇଁଫୁଲିଆ ଗ୍ରାମର ଅଶୋକ ସେନାପତି ଓରଫ୍ ବୁଲୁ । ଏହି ତିନି ଲୁଟେରା ଶରଣକୁଳ ଅଞ୍ଚଳରେ ବିଭିନ୍ନ ସମୟରେ ଆତଙ୍କ ସୃଷ୍ଟି କରିବା ସହିତ ଲୋକ ମାନଙ୍କଠାରୁ ରାସ୍ତା ଉପରୁ ମୋଟର ସାଇକେଲ, ମୋବାଇଲ, ଟଙ୍କା ପଇସା ଆଦି ଲୁଟ କରୁଥିଲେ । କେବଳ ନୟାଗଡ଼ ଜିଲ୍ଲା ନୁହେଁ ପଡୋଶୀ ଜିଲ୍ଲା ରେ ମଧ୍ୟ ଏହି ଲୁଟେରା ମାନେ ବିଭିନ୍ନ ଲୁଟରେ ସାମିଲ ଥିବା ସୂଚନା ମିଳୁଛି । ଅଭିଯୁକ୍ତ ମାନଙ୍କୁ ରିମାଣ୍ଡରେ ଆଣାଯାଇ ତଦନ୍ତ କରାଯିବ ବୋଲି ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଉମାକାନ୍ତ ମଲ୍ଲିକ ସୂଚନା ଦେଇଛନ୍ତି ।

 

Leave a Reply

Your email address will not be published. Required fields are marked *