ଟାଙ୍ଗି ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ସରକାରୀ ସହାୟତା ପାଇଁ ବାଲୁକା ଶିଳ୍ପୀ ହେଲେଣି ନୟାନ୍ତ । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗି ବ୍ଲକ ବଡ଼ପୋଖରିଆ ପଞ୍ଚାୟତ କଣ୍ଠପୁର ପାଟଣା ଗ୍ରାମର ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଙ୍ଗ . ଚିତ୍ରକଳାରେ ସେ ଖୋର୍ଦ୍ଧା ଜିଲ୍ଲାରେ ବେଶ ପରିଚିତ । ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଙ୍ଗ ଓଡ଼ିଶାର ପର୍ବ ପର୍ବାଣୀ ଓ ସରକାରଙ୍କ ବିଭିନ୍ନ କାର୍ଯ୍ୟ କୁ ଚିତ୍ରକଳା ମାଧ୍ୟମରେ ଅନେକ ଚିତ୍ର ବାଲିରେ ଆଙ୍କିଛନ୍ତି । ଆଜି ବାଲୁକା ଶିଳ୍ପୀ ପୁରୀ ଜଗନ୍ନାଥଙ୍କୁ ଦର୍ଶନ କରି ମାଉସୀ ମା ମନ୍ଦିର ଠାରୁ ଜଗନ୍ନାଥ ବଡ଼ଦାଣ୍ଡ ଓ ସ୍ୱର୍ଗଦ୍ୱାର ପର୍ଯ୍ୟନ୍ତ ଏକ ପଦଯାତ୍ରା କରିଛନ୍ତି । ସରକାରୀ ସହାୟତା ପାଇଁ ହାତରେ ଜାତୀୟ ପତକା ଧରି ଖରାରେ ଆରମ୍ଭ କରିଥିଲେ ପଦଯାତ୍ରା । ଦେଖାଯାଉ ଆଜିର ଏହି ପଦଯାତ୍ରା କରିଥିବା କଣ୍ଠପୁର ପାଟଣା ଗ୍ରାମର ବାଲୁକା ଶିଳ୍ପୀ ଉମାକାନ୍ତ ରଣସିଙ୍ଗ ଙ୍କୁ କେବେ ମିଳୁଛି ସରକାରୀ ସହାୟତା ।
ବାଲୁକା ଶିଳ୍ପୀ କଲେ ପଦଯାତ୍ରା !!!

