ଦାଦାଗିରି ଓ ମାଡପିଟ ଘଟଣାରେ ଦୁଇ ଗିରଫ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଦାଦାଗିରି ଓ ମାଡପିଟ ଘଟଣାରେ ଅନୁଗୁଳ ଟାଉନ ପୁଲିସ ଦ୍ୱାରା ଦୁଇ ଗିରଫ . ଜଣେ ଓକିଲଙ୍କୁ ମାଡ଼ପିଟ କରିବା ଓ ବସଷ୍ଟାଣ୍ଡ ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାରେ ୨ ଜଣଙ୍କୁ ଗିରଫ କରିଛି ପୁଲିସ । ସୂଚନା ଯେ , ଗତ ୨ ତାରିଖରେ ହେମୁସୁରପଡ଼ାରେ ରହୁଥିବା ଅସିତ ଚନ୍ଦ୍ର ପ୍ରଧାନ ନାମକ ଜଣେ ଓକିଲଙ୍କୁ ମାଡ଼ପିଟ କରି ତାଙ୍କ ବାଇକ୍ ଭାଙ୍ଗିବା ଓ ଜୀବନରେ ମାରିଦେବା ଧମକ ଦେବା ଘଟଣା ସହ ସେହିଦିନ ବସଷ୍ଟାଣ୍ଡରେ ଥିବା ବିଦେଶୀ ମଦ ଦୋକାନରେ ଭଙ୍ଗାରୁଜା କରିବା ଘଟଣାର ତଦନ୍ତ କରି ପୁଲିସ ହେମୁସୁରପଡ଼ାର ବେଦୁ ଓରଫ ସନ୍ତୋଷ ଦେହୁରୀ ଓ ପପୁଲୁ ଓରଫ ରିତିକ ବାରିକଙ୍କୁ ଗିରଫ କରି ରବିବାର କୋର୍ଟ ଚାଲାଣ କରିଛି ।

 

Leave a Reply

Your email address will not be published. Required fields are marked *