ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ଥାନା ଅନ୍ତର୍ଗତ ବନ୍ଧଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବୁଧବାର ସକାଳ ସମୟରେ ଘଟିଛି ରକ୍ତାକ୍ତ ଅଘଟଣ . ସ୍ୱାମୀ ଗୁଲିଆ ମହାନ୍ତ ଙ୍କର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ ରାଧିକା ମହାନ୍ତ ମୃତ ହୋଇଥିବା ଦେଖିବାକୁ ମିଳିଛି . ସ୍ଥାନୀୟ ଲୋକେ ଗୁଲିଆ ମହାନ୍ତକୁ ବାନ୍ଧି ରଖିଥିବା ବେଳେ ସୁକିନ୍ଦା ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚି ଗୁଲିଆ ମହାନ୍ତକୁ ଗିରଫ କରି ଥାନା ରେ ଅଟକ ରଖି ତଦନ୍ତ ଜାରି ରଖିଛି .
ବନ୍ଧଗାଁରେ ସ୍ୱାମୀର ଧାରୁଆ ଅସ୍ତ୍ର ଆକ୍ରମଣରେ ସ୍ତ୍ରୀ ମୃତ !!!

