ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲା ନୂଆଗାଁ ବ୍ଲକ କାପ୍ତାପଲ୍ଲୀ ଗ୍ରାମପଞ୍ଚାୟତ ରେ ଶୁଦ୍ଧ ଥଣ୍ଡା ପାନୀୟ ଜଳ ମେସିନ କୁ ଉଦଘାଟନ କଲେ ସରପଞ୍ଚ ସାରସଧର ସାହୁ . ବିଗତ ଦିନରେ ପଞ୍ଚାୟତ ରେ PDS ସାମଗ୍ରୀ ବିତରଣ ସମୟରେ ଲୋକମାନେ ବିଶେଷ କରି ଖରାଦିନେ ଶୁଦ୍ଧ ଥଣ୍ଡା ପାନୀୟ ଜଳ ପିଇବା ପାଇଁ ହଇରାଣ ହେଉଥିଲେ l କିନ୍ତୁ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କୁ ଏ ବାବଦରେ ଜଣାଇବାରୁ ବିଧାୟକ ଶ୍ରୀ ବେହେରା କାପ୍ତାପଲ୍ଲୀ ସରପଞ୍ଚ ସାରସଧର ସାହୁ ଙ୍କ ସହିତ ଆଲୋଚନା କରି ସଙ୍ଗେ ସଙ୍ଗେ ସମାଧାନ କରି ପଞ୍ଚାୟତ ରେ ଅକୁଆ ଫ୍ରୀଜର ମେସିନ ଲଗାଇବାର ବ୍ୟବସ୍ଥା କରିଛନ୍ତି l ଏହା ସର୍ବସାଧାରଣ ଙ୍କ ପାଇଁ ଲୋକାର୍ପିତ ହେଲା l ମୁଖ୍ୟ ଅତିଥି ରୂପେ ସରପଞ୍ଚ ସାରସଧର ସାହୁ , ସମିତିସଭ୍ୟ ସୁଷମା ଦଳବେହେରା , VLW ସୁକାନ୍ତ ପଟନାୟକ, କାପ୍ତାପଲ୍ଲୀ ବିଜେଡି ଯୁବ ସଭାପତି ପ୍ରଶାନ୍ତ କୁମାର ବେହେରା, ନାଏବ ସରପଞ୍ଚ , ସମସ୍ତ ମେମ୍ବର ଏବଂ ସାଧାରଣ ଲୋକ ଉପସ୍ଥିତ ରହିଥିଲେ l

