ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ବାଲୁଗାଁ ଏନ୍ଏସି କାର୍ଯ୍ୟାଳୟ ଛକ ରାସ୍ତା ପାର୍ଶ୍ବରୁ ଗୁରୁବାର ଭୋରରୁ ଜଣେ ବ୍ୟକ୍ତିଙ୍କ ମୃତଦେହକୁ ବାଲୁଗାଁ ପୋଲିସ ଉଦ୍ଧାର କରିଛି । ମୃତକଙ୍କ ପରିଚୟ ମିଳି ପାରିନାହିଁ , ତେବେ ସେ ପିନ୍ଧିଥିବା ବସ୍ତ୍ର ରୁ ମିଳିଥିବା ଏକ କାଗଜରେ ନାମ ପ୍ରଦୀପ ଓ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବୋଲି ଲେଖା ଯାଇଛି । ତେବେ ତାଙ୍କ ବୟସ ଆନୁମାନିକ ୫୦ ବର୍ଷ ହେବ । ବାଲୁଗାଁ ପୋଲିସ ଶବକୁ ଜବତ କରି ୧୨ / ୨୨ରେ ଏକ ଅପମୃତ୍ୟ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି । ବ୍ୟକ୍ତି ଜଣକ କିଛି ଦିନ ହେବ ବାଲୁଗାଁ ବଜାରରେ ବୁଲୁଥିଲେ । ଏପରି ସ୍ଥିତିରେ ଗୁରୁବାର ଭୋର ପାୟ ୫ ଟା ବେଳେ ଏକ ଚା’ ଦୋକାନରୁ ଚା ପିଇ ନିକଟରେ ଥିବା ଆଉ ଏକ ଦୋକାନ ବାରଣ୍ଡାରେ ଶୋଇ ପଡ଼ିଥିଲେ । କିଛି ସମୟ ପରେ ସେହି ଦୋକାନ ମାଲିକ ଦୋକାନ ଖୋଲିବାକୁ ଆସିଥିଲେ , ଆସି ଦେଖିଲା ବେଳକୁ ସମ୍ପୃକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇ ଯାଇଥିବାର ଜଣା ପଡ଼ିଥିଲା । ପୋଲିସ ଏଦିଗରେ ତଦନ୍ତ ଜାରି ରଖିଛି ।