ଚିକିତ୍ସାଧିନ ରୋଗୀ ମୃତ୍ୟୁ କୁ ନେଇ ଉତ୍ତେଜନା !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ସହର ର ଶିମିଳିପଡ଼ାରେ ଥିବା ଏକ ନର୍ସିଂହୋମ ରେ ଶନିବାର ଜଣେ ଚିକିତ୍ସାଧିନ ରୋଗୀଙ୍କ ମୃତ୍ୟୁକୁ ନେଇ ଉତ୍ତେଜନା ଦେଖା ଦେଇଥିଲା । ସୂଚନା ଅନୁଯୟୀ, ବନ୍ତଳା ଥାନା ଅନ୍ତର୍ଗତ କଲେଇପଦା ଗାଁ ର ଅଭୟ ସାହୁଙ୍କ ପୁଅ ସନ୍ତୋଷ ସାହୁ ଜଙ୍ଘ ଓ ପେଟରେ ଯନ୍ତ୍ରଣା ହେତୁ ନର୍ସିଂହୋମରେ ଶୁକ୍ରବାର ଭର୍ତ୍ତି ହୋଇଥିଲେ । ତେବେ ଶନିବାର ତାଙ୍କ ସ୍ବାସ୍ଥ୍ୟ ବିଗିଡି ଥିଲା । ରକ୍ତ ସର୍କରା ର ମାତ୍ରା ଅଧିକ ହୋଇ ଯାଇଥବା ବେଳେ ରକ୍ତଚାପ କମି ଯାଇଥିଲା । ତାଙ୍କୁ କିଛି ଇଞ୍ଜେକ୍ସନ ଓ ଔଷଧ ମଧ୍ୟ ଦିଆଯାଇଥିଲା । ଏସବୁ ସତ୍ତ୍ୱେ ସନ୍ତୋଷଙ୍କ ହୃଦଘାତରେ ମୃତ୍ୟୁ ଘଟିଥିଲା । କିନ୍ତୁ ସନ୍ତୋଷଙ୍କ ପରିବାର ଲୋକ ଚିକିତ୍ସା ଅବହେଳା ରୁ ରୋଗୀର ମୃତ୍ୟୁ ଘଟିଲା ବୋଲି ଅଭିଯୋଗ କରି ପାଟିତୁଣ୍ଡ କରିଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚିଥିଲା । ଶେଷରେ ସନ୍ତୋଷ ଙ୍କ ପରିବାର ଲୋକେ ଆପୋଷ ବୁଝାମଣା କରି ଶବକୁ ନେଇ ଘରକୁ ଫେରିଥିଲେ ।

Leave a Reply

Your email address will not be published. Required fields are marked *