ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ଜାତୀୟ ରାଜପଥ କଡ ଡ୍ରେନ ମଧ୍ୟରେ ପଡି ରହିଛି ମୃତ ଶରୀର . ମଙ୍ଗଳପୁର ଜାତୀୟ ରାଜପଥ କଡ ଡ୍ରେନ ମଧ୍ୟରୁ ଏକ ବ୍ୟାଗ ଓ ଏଟିଏମ୍ କାର୍ଡ ଉଦ୍ଧାର ହୋଇଥିବା ସମୟରେ ଡ୍ରେନ ମଧ୍ୟରେ ମୃତ ଶରୀର ପଡ଼ି ରହିଛି . ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ଜାତୀୟ ରାଜପଥ କଡ ଡ୍ରେନ ମଧ୍ୟରୁ ରବିବାର ସନ୍ଧ୍ୟା ସମୟରେ ସ୍ଥାନୀୟ ଲୋକେ ଏକ ବ୍ୟାଗ ଏବଂ ଏଟିଏମ କାର୍ଡ ପାଇବା ପରେ ଲାଇଟ୍ ମାରି ଦେଖିବା ବେଳକୁ ଏକ ମୃତ ଶରୀର ପଡ଼ି ରହିଛି . ଘଟଣା ସମ୍ପର୍କରେ ଲୋକେ ସୁକିନ୍ଦା ପୋଲିସକୁ ସୂଚନା ଦେଇଛନ୍ତି । ତେବେ ସେହି ଅଞ୍ଚଳରେ ପ୍ରବଳ ଗହଳି ଲାଗି ରହିଥିବା ଦେଖିବାକୁ ମିଳିଛି ।